ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୁଣି ହେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୁଣି ହେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ନୂଆ ଟିମରେ ପୁଣି ସ୍ଥାନ ପାଇଲେ ବୈଜୟନ୍ତ। ସେ ତୃତୀୟ ଥର ଲାଗି ଦଳର ଏହି ଉଚ୍ଚ ପଦ ପାଇବାରେ … Read More

ମିଥ୍ୟା ତଥ୍ୟ ଦେଇ ଅଭିଯୁକ୍ତକୁ ଖସାଇ ଦେଇଥିଲେ, ଚାକିରିରୁ ବହିଷ୍କୃତ ହେଲେ ସହକାରୀ ଯନ୍ତ୍ରୀ

କଟକ/ବରଗଡ଼: ଭିଜିଲାନ୍ସ ମାମଲାରେ ମିଛ ସାକ୍ଷୀ ଦେଇ ଚାକିରିରୁ ବହିଷ୍କୃତ ହେଲେ ବିଜେପୁରର ଆର ଡବ୍ଲୁ ଏସ ଏସ ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ଭଞ୍ଜ ନାୟକ। ଅଭିଯୁକ୍ତକୁ ସାହାଯ୍ୟ ପାଇଁ ସାକ୍ଷୀଭାବେ ମିଥ୍ୟା ପ୍ରମାଣ ଦେଇଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। … Read More

କନିଷ୍ଠ ଯନ୍ତ୍ରୀ (ସିଭିଲ) ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା: ୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ବର: ପ୍ରଶ୍ନପତ୍ର ଲିକ୍ ମାମଲାରେ ୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରିକଲା ଓଏସଏସସି। ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ୍‌(ଓଏସଏସସି) ଦ୍ବାରା ପରିଚାଳିତ କନିଷ୍ଠ ଯନ୍ତ୍ରୀ (ସିଭିଲ) ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଗୁରୁବାର ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ … Read More

କନ୍ଧମାଳରେ ବର୍ଷା : ବାହ୍ୟ ଜଗତରୁ ବିଚ୍ଛିନ୍ନ ୧୫ରୁ ଊର୍ଦ୍ଧ୍ୱ ଗାଁ

ଫୁଲବାଣୀ : ପାହାଡ଼ିଆ ନଦୀ ପାଣି ଭସାଇନେଲା ଆପ୍ରୋଚ୍‌ ରୋଡ୍‌। ଯେଉଁଥିପାଇଁ ୧୫ରୁ ଊର୍ଦ୍ଧ୍ୱ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଲୋକମାନେ ଗୃହବନ୍ଦୀ ଜୀବନ ଅତିବାହିତ କରୁଛନ୍ତି। ଲଗାଣ ବର୍ଷା ଯୋଗୁ ଏପରି ବେହାଲ୍‌ ସ୍ଥିତି ଦେଖିବାକୁ ମିଳିଛି କନ୍ଧମାଳ … Read More

ଠିକାଦାର ସୁପରଭାଇଜରଙ୍କୁ ଗୁଳିମାଡ଼

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଫୁଟିଲା ଗୁଳି। ଗୁଳିମାଡ଼ରେ ଗୁରୁତର ହୋଇପଡ଼ିଛନ୍ତି ଜଣେ ଯୁବକ। ମାର୍ଶାଘାଇ ଥାନା ମଙ୍ଗଳା ଛକରେ ଆଜି ଏହି ଗୁଳିମାଡ଼ ହୋଇଛି। ଗୁଳିମାଡ଼ର ଶିକାର ଯୁବକଙ୍କ ନାଁ ଶକ୍ତିଚନ୍ଦନ ମହାନ୍ତି। ସଂପୃକ୍ତ ଯୁବକଙ୍କ ପେଟରେ ଗୁଳି … Read More

ସମୁଦ୍ରରେ ଗାଧୋଇବା ବେଳେ ବୁଡିଯାଇ ଯୁବକ ନିଖୋଜ

ପୁରୀ : ସମୁଦ୍ରରେ ଗାଧୋଇବା ହେଲା କାଳ । ବୁଡିଗଲେ ଯୁବକ । ପୁରୀ ସମୁଦ୍ରରେ ବୁଡି ଯାଇ ପର୍ଯ୍ୟଟକ ନିଖୋଜ । ନିଖୋଜ ଯୁବକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଗୋଲପୁର ଅଞ୍ଚଳର ସଞ୍ଜୟ କୁମାର ଜେନା । ଆଜି ଦିନ ୧୧ଟାରେ … Read More

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର: ପାଇଖାନା ଟାଙ୍କି ସଫା କରିବା ବେଳେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଶନିବାର ମଧ୍ଯାହ୍ନରେ ଏ ଅଘଟଣ ଘଟିଛି ଭୁବନେଶ୍ୱରର ଶିଶୁପାଳଗଡ଼ ଅଞ୍ଚଳରେ । ଶିଶୁପାଳଗଡ଼ର ରଘୁନାଥ ନଗରରେ ପାଇଖାନା ଟାଙ୍କି ସଫା କରିବା ଲାଗି ୨ ଶ୍ରମିକ ଯାଇଥିଲେ … Read More

ରାତି ସାରା ଶୋଇବା ପରେ ସକାଳେ ଜଣାପଡିଲା ମଶିଣା ତଳେ ଥିଲା ନାଗ

ବାଙ୍କୀ : ନାଗ ସାପ ! ନା ଶୁଣିଲେ ଡର ପଶିଯାଏ ମନ ଭିତରେ । ଟିକେ ଭାବିଲେ ଯଦି ଆପଣଙ୍କୁ କେହି ନାଗ ସାପ ସହିତ ଗୋଟେ ରାତି କାଟିବାକୁ କହିବ? ଭୟବିତ ହୋଇଯିବାଟା ତ ସ୍ଵଭାବିକ । କିନ୍ତୁ ଏମିତି … Read More

ପୁଣି ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: କାଲିଠାରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ଵର : ପୁଣି ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଏହି ଲଘୁଚାପ କ୍ଷେତ୍ର ଆଜି ଉତ୍ତର ଓଡ଼ିଶା ପାଶ୍ୱବର୍ତ୍ତୀ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରେ ସୃଷ୍ଟି ହୋଇଛି । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ … Read More

ଯୁବତୀଙ୍କ ସହ ଅଡିଓ ଭାଇରାଲ ପରେ ନିଲମ୍ବିତ ହେଲେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଅଧିକାରୀ

ଯାଜପୁର : ନିଲମ୍ବିତ ହେଲେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଅଧିକାରୀ ରମାକାନ୍ତ ମଲିକ। ଯୁବତୀଙ୍କୁ ବ୍ଲାକମେଲ କରି ଅଡ଼ୁଆରେ ପଡ଼ିଥିଲେ ଅଧିକାରୀ। ଯୁବତୀଙ୍କ ସହ ତାଙ୍କର ଅଶ୍ଳୀଳ ବାର୍ତ୍ତାଳପର ଅଡିଓ ଭାଇରାଲ ପରେ ଚର୍ଚ୍ଚାକୁ ଆସିଥିଲେ ରମାକାନ୍ତ। କଟକ ସେଣ୍ଟ୍ରାଲ ରେଞ୍ଜ ଅଗ୍ନିଶମ … Read More