‘ଅକଭାନ୍’ ପ୍ରଭାବ ; ୩୯ ଟ୍ରେନ୍ ବାତିଲ, ୨୬ର ସମୟ ପରିବର୍ତ୍ତନ
ଭୁବନେଶ୍ବର : ବାତ୍ୟା ‘ଅକଭାନ୍’କୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଏପର୍ଯ୍ୟନ୍ତ ୩୯ଟି ଟ୍ରେନ୍ ବାତିଲ କରାଯାଇଥିବା ବେଳେ ୨୬ଟି ଟ୍ରେନ୍ର ସମୟ ପରିବର୍ତ୍ତନ କରାଯାଇଛି । ଏନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓ ଲ୍ୟାଣ୍ଡଫଲ୍କୁ ଦୃଷ୍ଟିରେ ରଖି ଟ୍ରେନ ଚଳାଚଳ ଉପରେ ଉଚ୍ଚସ୍ତରୀୟ ଟିମ୍ ଗଠନ କରି ନଜର ରଖାଯାଇଛି| ଉପକୂଳ ଅଞ୍ଚଳରେ ଟ୍ରାକ୍ ପାଟ୍ରୋଲିଂକୁ ଜୋରଦାର କରାଯାଇଛି । ଜରୁରୀକାଳୀନ ପୁନରୁଦ୍ଧାର ପାଇଁ ଭାରୀ ଯନ୍ତ୍ରପାତି, ରିଜର୍ଭ ରେକ୍ ଓ ଅତିରିକ୍ତ ମାନବ ସମ୍ବଳକୁ ବିଭିନ୍ନ ରଣନୈତିକ ସ୍ଥାନରେ ମୁତୟନ କରାଯାଇଛି ।
ଯାତ୍ରୀଙ୍କୁ ଟ୍ରେନ୍ ବାତିଲ ଓ ସମୟ ପରିବର୍ତ୍ତନ ସମ୍ପର୍କିତ ସୂଚନା ସୋସିଆଲ ମିଡିଆ, ଏନ୍ଟିଇଏସ୍ ଆପ୍ ଓ ଷ୍ଟେସନର ଘୋଷଣା ମାଧ୍ୟମରେ ଦିଆଯାଉଛି । ପ୍ରତ୍ୟେକ ଷ୍ଟେସନରେ ଯାତ୍ରୀଙ୍କ ସହାୟତା ପାଇଁ ସ୍ୱତନ୍ତ୍ର ଟିମ୍ ମଧ୍ୟ ନିୟୋଜିତ ରହିଛନ୍ତି ବୋଲି ପୂର୍ବତଟ ରେଳ ବିଭାଗ CPRO ଦୀପକ କୁମାର ରାଉତ ସୂଚନା ଦେଇଛନ୍ତି ।
