Naveen

ଗଞ୍ଜାମ ବନ୍ୟା ଦୁର୍ଦ୍ଦଶା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

Spread the love

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାରେ ବନ୍ୟା ମନୁଷ୍ୟକୃତ ।  ଗଞ୍ଜାମ ବନ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।  ସରକାରଙ୍କ ଅବହେଳା ଓ ଦାୟିତ୍ୱହୀନତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ଚିଠି ଲେଖିଛନ୍ତି । ବିପର୍ଯ୍ୟୟର ମୁକାବିଲାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବର୍ଷିଛନ୍ତି ବିରୋଧୀ ଦଳ ନେତା ।  ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିପନ୍ନଙ୍କୁ ତୁରନ୍ତ ରିଲିଫ୍ ଓ ଥଇଥାନ ପାଇଁ ଦାବି କରିଛନ୍ତି ।

ଗଞ୍ଜାମ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ତୁରନ୍ତ ରିଲିଫ୍ ଓ ଥଇଥାନ ପାଇଁ ଦାବି ।  IMD ପକ୍ଷରୁ ଅକ୍ଟୋବର ୨୩ରୁ ବାତ୍ୟା ସତର୍କ ସୂଚନା ମିଳିଥିଲେ ମଧ୍ୟ ଡ୍ୟାମ୍ ଜଳ ଆଗୁଆ ଛଡ଼ାଯାଇ ନଥିଲା ।  ପ୍ରବଳ ବର୍ଷା ପରେ ଜଳ ଛଡ଼ାଯିବାରୁ ବନ୍ୟା ଅଧିକ ଭୟଙ୍କର ହୋଇଥିଲା ।  ଗେଟ୍ ଖୋଲିବା ଆଗରୁ ଲୋକଙ୍କୁ ପର୍ଯ୍ୟାପ୍ତ ସତର୍କ ସୂଚନା ଦିଆଯାଇ ନଥିବା ଲୋକେ ଅଭିଯୋଗ କରିଛନ୍ତି ବୋଲି ନବୀନ ଲେଖିଛନ୍ତି ।

ଉଦ୍ଧାର ଓ ରିଲିଫ୍ କାମରେ ବିଳମ୍ବ ହେବାରୁ ଲୋକେ ଦିନ ଦିନ ଧରି ଖାଦ୍ୟ-ପାଣି ବିନା ଫସି ରହିଥିଲେ ।  ସରପଞ୍ଚ ଓ ମିଶନ ଶକ୍ତିକୁ ଅଣଦେଖା କରାଯିବାରୁ କମ୍ୟୁନିଟି ଭିତ୍ତିକ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଦୁର୍ବଳ ହୋଇଛି ବୋଲି ଅଭିଯୋଗ କରିଛନ୍ତି ନବୀନ ପଟ୍ଟନାୟକ  ।

Leave a Reply

Your email address will not be published. Required fields are marked *