B2rbbsvl5wozg3bsc0mm

କେମିତି କୋଟିପତି ହେଲେ ପୁରୀ ଝିଅ ପ୍ରିୟଙ୍କା ସେନାପତି, ଫିଟିଲା ବଡ଼ ଗୁମର !

Spread the love

ଭୁବନେଶ୍ୱର,୨୦।୫: ପୁରୀର ଝିଅ ପ୍ରିୟଙ୍କା ସେନାପତି ଏବେ ଚର୍ଚ୍ଚାରେ। ସେ ପାକିସ୍ତାନୀ ସ୍ପାଏ ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କରେ ଥିବାରୁ ତାଙ୍କୁ ନେଇ ତଦନ୍ତ ଜାରି ରହିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ପ୍ରିୟଙ୍କାଙ୍କ ଉପରେ କଡ଼ା ନଜର ରଖିଛି । ତେବେ ପ୍ରିୟଙ୍କା କିପରି କୋଟିପତି ହୋଇଛନ୍ତି ତାହାକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ କରୁଛି । ତାହା ସହ ତାଙ୍କ ଆକାଉଣ୍ଟ ଓ ତାଙ୍କ ବାପାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ ଚାଲିଛି।

ଏନେଇ ପୁରୀ ଏସପି କହିଛନ୍ତି ଯେ ପ୍ରିୟାଙ୍କାଙ୍କ ଓ ତାଙ୍କ ପରିବାରର ଆର୍ଥିକ କାରବାରକୁ ନେଇ ଯାଞ୍ଚ ଚାଲିଛି । କେଉଁଠୁ ଟଙ୍କା ନେଇ ମଧ୍ୟ ତଦନ୍ତ ଚାଲିଥିବା ସେ କହିଛନ୍ତି । କେମିତି ସେ ୪ ଟି ବିଳାସପୂର୍ଣ୍ଣ ହୋଟେଲର ମାଲିକାଣୀ ହୋଇଛନ୍ତି ତାହା ମଧ୍ୟ ତଦନ୍ତ ପରିସର ରହିଛି । କହିରଖୁଛୁ କି, ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଉଭୟ ପ୍ରିୟଙ୍କା ଓ ଜ୍ୟୋତି ଏକାସାଙ୍ଗେ ଅନେକ ସ୍ଥାନ ବୁଲିଛନ୍ତି । ଲାଇଭ ଚାଟ୍ ରେ ସେମାନେ ପାକିସ୍ତାନୀଙ୍କ ସହ ମଧ୍ୟ କଥାବାର୍ତ୍ତା କରିଛନ୍ତି ।

ପୋଲିସ ପ୍ରିୟଙ୍କାଙ୍କ ଜ୍ୟୋତି ମଲହୋତ୍ରାଙ୍କ ସହ ସମ୍ପର୍କ ଓ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇବା ଘଟଣା ମଧ୍ୟ ବିବାଦରେ ରହିଛି। ତଦନ୍ତ ଶେଷ ହେବା ପରେ ପୂରା ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

ପୁରୀ ବୁଲିବାକୁ ଆସିଥିବା ସମୟରେ ଏକ ହୋଟେଲ୍‌ରେ ରହୁଥିଲେ ପକ୍‌-ସ୍ପାଏ ଜ୍ୟୋତି ମାଲହୋତ୍ରା। ଏବେ ସାମ୍ନାକୁ ଆସିଲା ଭିଡିଓ। ହୋଟେଲରେ କଣ କରୁଥିଲେ ଜ୍ୟୋତି ତାହା ମଧ୍ୟ ଦେଖିବାକୁ ମିଳିଛି। ଜ୍ୟୋତି ଓ ପ୍ରୟଙ୍କା ଏକ ହୋଟେଲ୍‌ରେ ରହିଥିଲେ। ହୋଟେଲ୍‌ରେ ଶୋଇ କଥାବାର୍ତ୍ତା ହେଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି।

ଅନ୍ୟପକ୍ଷେ, ପାକ୍‌ ସ୍ପାଏ ଗିରଫ ଜ୍ୟୋତି ମାଲହୋତ୍ରାଙ୍କ ସହ ପୁରୀର ପ୍ରିୟଙ୍କା ସେନାପତିଙ୍କ ଲିଙ୍କ ପ୍ରସଙ୍ଗକୁ ନେଇ ବଡ଼ ଖବର ଦେଇଛନ୍ତି ପୁରୀ ଏସ୍‌ପି। ପୁରୀ ଏସ୍‌ପି କହିଛନ୍ତି, ତଦନ୍ତରେ ପ୍ରିୟଙ୍କା ପୂରା ସହଯୋଗ କରୁଛନ୍ତି।ଆମେ ଏଯାବତ କୌଣସି ସିଦ୍ଧାନ୍ତରେ ପହଞ୍ଚି ସାରିନୁ, ତଦନ୍ତ ଚାଲିଛି। ସବୁ ତଦନ୍ତ ଏଜେନ୍ସି ସହ ସମ୍ପର୍କରେ ରହିଛୁ, କୋପରେଶନ ଅଛି। ଜ୍ୟୋତି କେତେ ଥର ପୁରୀ ଆସିଥିଲେ, ତାହାର ମଧ୍ୟ ତଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *