ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ

Spread the love

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଯୁକ୍ତ ୨ ପରୀକ୍ଷା-୨୦୨୫ ଫଳ ବୁଧବାର ପ୍ରକାଶ ପାଇବ। ଏହି ଫଳ ବୁଧବାର ଅପରାହ୍‌ଣ ୪ଟାରେ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି। ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି ଯେ, ଏକକାଳୀନ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ-୨୦୨୫ ପ୍ରକାଶ ପାଇବ। ଏଥି ସହିତ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ।
ଯୁକ୍ତ ୨ ପରୀକ୍ଷା ପ୍ରକାଶନ ନେଇ ସିଏଚ୍‌ଏସ୍‌ଇ ପକ୍ଷରୁ ନିର୍ଦ୍ଧାରିତ ତାରିଖ ଘୋଷଣା ହେଲା ପରେ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ଘରୋଇ ବିଦ୍ୟାଳୟଗୁଡ଼ିକର ହୃଦ୍‌ସ୍ପନ୍ଦନ ବଢ଼ି ଯାଇଛି। ପିଲାମାନଙ୍କର ପରୀକ୍ଷା ଫଳ କେମିତି ‌ରହିବ ସେନେଇ ଚିନ୍ତା ବଢ଼ିଯାଇଛି।
ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି ଯେ, ଏକକାଳୀନ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ-୨୦୨୫ ପ୍ରକାଶ ପାଇବ। ଏଥି ସହିତ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ ସେମାନଙ୍କର ରେଜଲ୍ଟ ଡିଜି ଲକର ସମେତ www.chseodisha.nic.in ଏବଂ http://orissaresults.nic.in ୱେବ୍‌ସାଇଟ୍‌ରେ ଦେଖିପାରିବେ। ପରୀକ୍ଷା ଫଳ ନେଇ ତାରିଖ ଘୋଷଣା ହେଲା ପରେ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ଘରୋଇ ବିଦ୍ୟାଳୟଗୁଡ଼ିକର ହୃଦ୍‌ସ୍ପନ୍ଦନ ବଢ଼ି ଯାଇଛି। ପିଲାମାନଙ୍କର ପରୀକ୍ଷା ଫଳ କେମିତି ‌ରହିବ ସେନେଇ ଚିନ୍ତା ବଢ଼ିଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ଚଳିତ ବର୍ଷ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ମେ ତୃତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ନେଇ ପୂର୍ବରୁସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ପରୀକ୍ଷା ଫଳ ପ୍ରକାଶ ନେଇ ଗଣମାଧ୍ୟମକୁ ସୂଚନା ଦେବା ସହ ୱେବ୍‌ସାଇଟ୍‌ରେ ଏନେଇ ବିଜ୍ଞପ୍ତି ଜାରି କରାଯିବ ବୋଲି ସେ କହିଥିଲେ। ଚଳିତ ବର୍ଷ ମାର୍ଚ୍ଚ ୨୭ରେ ଯୁକ୍ତ ଦୁଇ ପରୀକ୍ଷା ଶେଷ ହୋଇଥିଲା। ଏପ୍ରିଲ ୨ରୁ ଖାତା ଦେଖା ଆରମ୍ଭ ହୋଇ ମେ ୧ ତାରିଖ ମଧ୍ୟରେ ଶେଷ ହୋଇଛି।

Leave a Reply

Your email address will not be published. Required fields are marked *