1

ପ୍ରେମରେ ବିଫଳ ହୋଇ ପ୍ରେମିକାଙ୍କୁ ଏସିଡ୍‌ ମାଡ଼ କରିବାକୁ ଉଦ୍ୟମ

Spread the love

ଭୁବନେଶ୍ୱର,୧୯।୫: ଭୁବନେଶ୍ୱର ଶହିଦନଗର ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍‌ନାକୁ ଆସିଛି। ଏକତରଫା ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି। ପ୍ରେମିକ ଜଣକ ଯୁବତୀଙ୍କୁ ଏସିଡ ଫିଙ୍ଗିବାକୁ ଉଦ୍ୟମ କରିଛନ୍ତି। ହେଲେ ସ୍ଥାନୀୟ ଲୋକେ ଯୁବକଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି। ପୋଲିସ ଯୁବକଙ୍କୁ ଥାନାକୁ ନେଇ ଅଧିକ ପଚରାଉଚରା କରଛି। ଏହି ଘଟଣାର ରାଜଧୀନରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଯୁବତୀ ଜଣକ ଗଣମାଧ୍ୟକୁ କହିଛନ୍ତି ଯେ, ଇନଷ୍ଟାଗ୍ରାମରେ ସମ୍ପୃକ୍ତ ଯୁବକଙ୍କ ସହ ଫ୍ରେଣ୍ଡଶିପ ବଢିଥିଲା। ପରେ ଯୁବକଙ୍କ ଜଣକ କହିଥିଲେ, ମୁଁ ତୋତେ ଡାକିବି ତୁ ଆସିବୁ। ଯଦି ନ ଆସିବୁ ତୋତେ ଟେକି ନେବି। ଏପରିକି ମୁହଁରେ ଏସିଡ୍‌ ପକାଇଦେବି ବୋଲି ଧମକ ଦେଇଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ସୋମବାର ଯୁବକ ଜଣକ ଏସିଡ ଧରି ଆସିଥିଲେ। ହେଲେ ଯୁବତୀ ଜଣକ ସ୍ଥାନୀୟ ଲୋକଙ୍କୁ ଡାକିବାରୁ ତାଙ୍କୁ କାବୁ କରି ନେଇଥିଲେ।

Leave a Reply

Your email address will not be published. Required fields are marked *