Screenshot 2025 05 17 153328 750

ବରିଷ୍ଠ ବିଜେଡି ନେତାଙ୍କ ବିସ୍ଫୋରକ ବୟାନ

Spread the love

ଭୁବନେଶ୍ୱର: ଘର ବାହୁଡ଼ିବେ କି ଭୂପିନ୍ଦର ସିଂ? କଂଗ୍ରେସ ଆଡ଼କୁ ଢଳୁଛନ୍ତି କି ବରିଷ୍ଠ ବିଜେଡି ନେତା? ବିଜେଡି ନେତାଙ୍କ ଆଇପିଏଲ୍ ଉଦାହରଣକୁ ନେଇ ରାଜ୍ୟ ରାଜନୀତିରେ ଜୋର ଧରିଲା ଚର୍ଚ୍ଚା। ଏବେ ଭୂପିନ୍ଦର ସିଂଙ୍କ ଆସିଲା ବିସ୍ଫରକ ବୟାନ। ସେ କହିଛନ୍ତି, ଏବେ ଆଇପିଏଲ ଚାଲିଛି। ଭଲ ପ୍ଲେୟାରକୁ ସମସ୍ତେ ନେବାକୁ ଚାହିଁବେ। ମୁଁ ଗୋଟେ ଭଲ ପ୍ଲେୟାର, ମୋ ପାଖେ ଲୋକ ସମର୍ଥନ ଅଛି। ଏବେ ମତେ କଂଗ୍ରେସରୁ ଅଫର୍ ଆସିଲାଣି।

୨୦୨୪ ନିର୍ବାଚନ ସମୟରେ ବିଜେପି ମତେ ଅଫର୍ ଦେଇଥିଲା, ଏବେବି ଦେଉଛନ୍ତି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂ। ତେବେ କଂଗ୍ରେସକୁ ଫେରିବା ନେଇ ପଚାରିବାରୁ ସେ ସିଧା ଉତ୍ତର ନଦେଇ କହିଛନ୍ତି ଯେ ଭବିଷ୍ୟତକୁ କାହିଁକି ଯାଉଛ, ଆଜିରେ ବିଶ୍ୱାସ କର। ବିଜେଡି ସାଙ୍ଗଠନିକ କମିଟିରୁ ଭୂପିନ୍ଦର ବାଦ ପଡିବା ପରେ ଅସନ୍ତୁଷ୍ଟ ଥିବା କୁହାଯାଉଛି।

ଭୂପିନ୍ଦର କହିଛନ୍ତି ଯେ, ମୁଁ ସବୁବେଳେ ଖୁସି। ଲୋକଙ୍କ ଆଶୀର୍ବାଦ ସବୁବେଳେ ମୋ ପାଖେ ଅଛି। ବିଧାୟକ ନଥିଲେ ବି ଅଧିକ ସମ୍ମାନ ପାଉଛି। ବରିଷ୍ଠ ନେତା କଣ ମେଳି କରି କଣ ଦଳ ବିରୋଧୀ କାର୍ଯ୍ୟ କରିଥିଲେ କି? ସେମାନଙ୍କ ଭିତରୁ ବି ଅନେକ କମିଟିରେ ଅଛନ୍ତି। ସବୁ ନିଷ୍ପତ୍ତି ନବୀନ ବାବୁ ନିଅନ୍ତୁ ବୋଲି ଆମେ ପରାମର୍ଶ ଦେଇଥିଲୁ। ସାଧାରଣରେ ଅନେକ ଚର୍ଚ୍ଚା ହେଉଛି। ବିଜେଡିରେ ବିଶେଷ କିଛି ଢାଞ୍ଚାଗତ ପରିବର୍ତ୍ତନ ହୋଇନାହିଁ ବୋଲି ବିଜେଡିର ଧାରଣା ରହିଛି। ଏହା ଉପରେ ଯଦି ସମ୍ପୂର୍ଣ୍ଣ ଭାବେ ଦଳ ବିଚାର ନକରେ ତେବେ ଆସନ୍ତା ଦିନରେ ଦଳ ପାଇଁ ଭଲ ହେବନି।

Leave a Reply

Your email address will not be published. Required fields are marked *