Whatsapp Image 2025 05 15 At 9.25.34 Am 750x430

ମନ୍ତ୍ରୀ ବିଜୟ ଶାହାଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

Spread the love

ନୂଆଦିଲ୍ଲୀ : କର୍ଣ୍ଣେଲ ସୋଫିୟା କୁରେଶୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହା । ପୂର୍ବରୁ ଜବଲପୁର ହାଇକୋର୍ଟ ମନ୍ତ୍ରୀଙ୍କ ବିରୋଧରେ ଦେଶଦ୍ରୋହର ମାମଲା ରୁଜୁ କରିବାକୁ ନିର୍ଦେଶ ଦେଇଥିବା ବେଳେ ଏବେ ତାଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ଶକ୍ତ ଝଟକା । ମନ୍ତ୍ରୀଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ମନ୍ତ୍ରୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଜୟ । ହେଲେ ସୁପ୍ରିମକୋର୍ଟ କହିଛନ୍ତି ଆପଣ ଜଣେ ମନ୍ତ୍ରୀ ବୋଲି କଣ ଆପଣଙ୍କ କଥା ଶୁଣାଯିବ । ଗୁରୁବାର ଏହି ମାମଲାରୁ ଶୁଣାଣି ହାଇକୋର୍ଟରେ ହେବ । ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ତୁମେ ହାଇକୋର୍ଟ ଯିବା ଉଚିତ । ଆପଣ ଜଣେ ମନ୍ତ୍ରୀ ସେଥିପାଇଁ ଆମେ କେବଳ ଆପଣଙ୍କ କଥା ଶୁଣି ପାରିବୁ ନାହୁଁ । ଏହାସହିତ ମନ୍ତ୍ରୀଙ୍କୁ ତାଗିଦ କରି କହିଛନ୍ତି ଏଭଳି ଘଟଣାରେ ମତାମତ ଦେବା ସମୟରେ ଦାୟିତ୍ୱପୂର୍ଣ୍ଣ ଭାବେ କହିବା ଉଚିତ । ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲଗାଇବାକୁ ମନା କଲେ ସର୍ବୋଚ୍ଚ ଅଦାଲତ ।
ସେପଟେ ମନ୍ତ୍ରୀ ବିଜୟ ଶାହାଙ୍କ ଅଡୁଆ ଆହୁରି ବଡିପାରେ । କାରଣ ଜବଲପୁର ହାଇକୋର୍ଟରେ ସ୍ୱତଃପ୍ରବୃତ୍ତ ଆବେଦନର ଶୁଣାଣି ଚାଲିଛି । ଜଷ୍ଟିସ୍‍ ଅତୁଲ ଶ୍ରୀଧର ଏବଂ ଜଷ୍ଟିସ୍‍ ଅନୁରାଧା ଶୁକ୍ଳାଙ୍କ ଖଣ୍ଡପୀଠରେ ଏହି ଶୁଣାଣି କରାଯାଉଛି । ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ମାମଲା ରୁଜୁ କରାଯାଇଛି । ଏକ ସଭାରେ ଯୋଗ ଦେଇ ମନ୍ତ୍ରୀ ବିଜୟ ଶାହା କର୍ଣ୍ଣେଲ ସୋଫିୟା କୁରେଶୀଙ୍କ ବିଷୟରେ ଆପତ୍ତିଜନକ ଓ ଅପମାଜନକ ମନ୍ତ୍ରବ୍ୟ ଦେଇ ବିବାଦକୁ ଆସିଛନ୍ତି । ସବୁ ମହଲରେ ତାଙ୍କୁ ନିନ୍ଦା କରାଯାଇଛି ।

Leave a Reply

Your email address will not be published. Required fields are marked *