Syipfb95hkziqvddw4kc

ଜାତିଭିତ୍ତିକ ସଂରକ୍ଷଣ ୫୦% ଟପିବନି: ଉଚ୍ଚଶିକ୍ଷା ମନ୍ତ୍ରୀ

Spread the love

ଭୁବନେଶ୍ୱର: ସାମାଜିକ ଓ ଆର୍ଥିକ ଅନଗ୍ରସରଙ୍କ(ଏସଇବିସି) ପାଇଁ ସଂରକ୍ଷଣ ପ୍ରସଙ୍ଗକୁ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଦ୍ୱନ୍ଦ୍ୱ ଦୂର କରିଛନ୍ତି ।
ସେ କହିଛନ୍ତି ଯେ, ଜାତିଭିତ୍ତିକ ସଂରକ୍ଷଣ ୫୦% ଟପିବନି ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏଥିପାଇଁ ଏସଇବିସି ବର୍ଗଙ୍କ ନାମଲେଖା ନେଇ ୧୧.୨୫% ସଂରକ୍ଷଣ କରିଛୁ। ପୂର୍ବରୁ ଏସସି/ଏସଟି ବର୍ଗଙ୍କ ପାଇଁ ୩୮.୭୫% ସଂରକ୍ଷଣ ବ୍ୟବସ୍ଥା ରହିଛି।
ଏସଇବିସି ସଂରକ୍ଷଣ ୧୧.୨୫% ମିଶିଲେ ଏହା ୫୦% ରେ ସୀମିତ ରହିବ। ଦିବ୍ୟାଙ୍ଗଙ୍କ ୬% ଓ ପୂର୍ବତନ ସୈନିକଙ୍କ ପରିବାରଙ୍କ ପାଇଁ ୧% ସଂରକ୍ଷଣ ଅଲଗା ରହିଛି।
ଏସବୁ ବର୍ଗଙ୍କୁ ଦିଆଯାଇଥିବା ସଂରକ୍ଷଣ ଜାତିଭିତ୍ତିକ ନୁହେଁ। ଏହା ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଉଲ୍ଲଘଂନ କରୁ ନାହିଁ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

Leave a Reply

Your email address will not be published. Required fields are marked *