School

ବିଧାୟକ-ସାଂସଦ ୧୫ ଜଣ ଶିକ୍ଷକଙ୍କ ବଦଳି ସୁପାରିଶ କରିପାରିବେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି

Spread the love

ଭୁବନେଶ୍ୱର  : ବିଧାୟକମାନେ ହେଉଛନ୍ତି ଲୋକ ପ୍ରତିନିଧି । ଅନେକ ସମୟରେ ଲୋକ ପ୍ରତିନିଧିଙ୍କ ପାଖରେ ବିଭିନ୍ନ ସମସ୍ୟାକୁ ନେଇ  ଶିକ୍ଷକମାନେ ଯାଇଥାନ୍ତି ଏବଂ ଗୁହାରି କରିଥାନ୍ତି  ।  ଏଣିକି ବିଧାୟକ-ସାଂସଦମାନେ ନିଜ ନିର୍ବାଚନ ମଣ୍ଡଳୀର ୧୫ ଜଣ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିପାରିବେ । ଏ ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି ।  ସେମାନଙ୍କୁ କେଉଁ ବିଦ୍ୟାଳୟରେ ଥଇଥାନର ଆବଶ୍ୟକତା ରହିଛି ତାଙ୍କୁ ବଦଳି କରିପାରିବେ । ବିଧାୟକମାନେ ନିଜର ସୁପାରିଶ ଦେଇ ଜିଲ୍ଲାପାଳଙ୍କ ଦ୍ଵାରା ନିଜ ନିର୍ବାଚନ ମଣ୍ଡଳୀ ଭିତରେ ଯେଉଁଠାରେ ଜାଗା ଖାଲି ଅଛି  ସେଠାରେ ଆବଶ୍ୟକ ଅନୁସାରେ ପୋଷ୍ଟିଂ ଦିଆଯିବ ।

ଯାହାର ୬ ବର୍ଷରୁ ଉର୍ଦ୍ଧ୍ବ ହୋଇଛି ଗୋଟେ ବିଦ୍ୟାଳୟରେ ସେଭଳି ଶିକ୍ଷକମାନଙ୍କୁ ସେମାନେ ପରାମର୍ଶ ଦେଇ ବଦଳି କରିପାରିବେ । ବିନା ମୂଲ୍ୟରେ ଯେଉଁ ଶିକ୍ଷକମାନଙ୍କ ବଦଳି ଯୋଗ୍ୟ ହେବ ସେମାନେ ବଦଳି ହେବେ । ବିଧାୟମାନେ ବିଚାର କରିବେ କେଉଁମାନେ ଯୋଗ୍ୟ ସେମାନଙ୍କୁ ବଦଳି କରିବେ । ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ପରୀକ୍ଷା ଫଳ ପ୍ରକାଶନ ନେଇ ସମସ୍ତ ପ୍ରକ୍ରିୟା କରାଯାଉଛି। ଆଶା ଖୁବଶୀଘ୍ର ପ୍ରକାଶ ପାଇବ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ।

Leave a Reply

Your email address will not be published. Required fields are marked *