Heat

କଲବଲ କରୁଛି ଗୁଳୁଗୁଳି: ଆହୁରି ୩ ଡିଗ୍ରୀ ବଢ଼ିବ ତାପମାତ୍ରା

Spread the love

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଥିବାବେଳେ ଖରା ଓ ଗୁଳୁଗୁଳି କଲବଲ କରୁଛି। ତେବେ ଆଗାମୀ ୩ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ରବିବାର ମଧ୍ୟ ୧୯ ସହରରେ ତାପମାତ୍ରା ୪୦ ଡିଗ୍ରୀ ଓ ଏହାଠାରୁ ଅଧିକ ରହିଥିଲା। ୪୩.୨ ଡିଗ୍ରୀ ସେଲସିୟସ୍‌ ସହ ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା।

ସେହିପରି ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ, ବଲାଙ୍ଗୀର ୪୨, ସୁନ୍ଦରଗଡ଼ ୪୧.୮, ଅନୁଗୋଳ ୪୧.୭, ହୀରାକୁଦ ଓ ଝାରସୁଗୁଡ଼ାରେ ୪୧.୬, ସୋନପୁର, ବୌଦ୍ଧ ଓ ପାରଳାଖେମୁଣ୍ଡିରେ ୪୧.୨, ଢେଙ୍କାନାଳ ଓ ଭୁବନେଶ୍ୱରରେ ୪୦.୭ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଥିଲା। ତେବେ ଭୁବନେଶ୍ୱରରେ ଏହା ଚଳିତବର୍ଷର ସର୍ବାଧିକ ତାପମାତ୍ରା ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ତେବେ ସୋମବାର ଖରା ଓ ଗୁଳୁଗୁଳି ନେଇ ୧୧ ଜିଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *