00011

ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ କୃଷ୍ଣ ଶ୍ରୀପାଦ ଦୀକ୍ଷିତ

Spread the love

କଟକ: ଆଜି ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍‌ କୃଷ୍ଣ ଶ୍ରୀପାଦ ଦୀକ୍ଷିତ ଶପଥ ନେଇଛନ୍ତି। ଜଷ୍ଟିସ୍‌ ଦୀକ୍ଷିତଙ୍କ ଯୋଗଦାନ ପରେ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ଗତ ମାସ ୧୫ ଓ ୧୯ରେ ଅନୁଷ୍ଠିତ କଲେଜିୟମ ବୈଠକରେ ଜଷ୍ଟିସ୍‌ କୃଷ୍ଣ ଶ୍ରୀପାଦ ଦୀକ୍ଷିତଙ୍କ ସହ ମୋଟ ୭ ଜଣ ବିଚାରପତିଙ୍କୁ ବିଭିନ୍ନ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ୍‌ କରାଯାଇଥିଲା। ଏହି ସୁପାରିସକୁ କେନ୍ଦ୍ର ସରକାର ଗତ ୨ ତାରିଖରେ ଅନୁମୋଦନ କରିଥିଲେ। ଜଷ୍ଟିସ୍‌ ଦୀକ୍ଷିତ ୨୦୧୮ ମସିହା ଫେବୃଆରୀ ୧୪ରେ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୨୦ ଜାନୁଆରୀ ୭ରେ ସେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରିଆସୁଛନ୍ତି।

Leave a Reply

Your email address will not be published. Required fields are marked *