ଏସସିବି ମେଡ଼ିକାଲ ପରିସରରୁ ଚାରି ଦଲାଲ ଗିରଫ
କଟକ: ମଙ୍ଗଳାବାଗ ଥାନା ପୋଲିସ ଏସସିବି ମେଡ଼ିକାଲ ପରିସରରୁ ୪ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇଟି ପୃଥକ୍ ପୃଥକ୍ ଘଟଣାରେ ଅଭିଯୋଗ ହୋଇଥିଲା । ଏସସିବି ଟ୍ରମା କାଜୁଆଲ୍ଟି ସମ୍ମୁଖରୁ ରୋଗୀ ମାନଙ୍କୁ ଘରୋଇ ହସ୍ପିଟାଲଗୁଡ଼ିକୁ ପଠାଇବା ପାଇଁ ପ୍ରବର୍ତ୍ତାଇ ବେଳେ ମଙ୍ଗଳାବାଗ ଥାନା ପୋଲିସ ସାଦା ପୋଷାକରେ ସେଠାରେ ରହିଥିଲେ ଓ ସେମାନଙ୍କୁ ଗିରଫ କରିଥିଲେ । ଗିରଫ ଚାରିଜଣ ଦଲାଲ ହେଲେ ଦେବାଶିଷ ମହାନ୍ତି , କ୍ରୀଷ୍ଣା ବାହାଦୁର, ସୁଶାନ୍ତ ବାରିକ୍ ଓ ରାମ ନାଏକ ।
ଏମାନେ ବିଭିନ୍ନ ଘରୋଇ ହସ୍ପିଟାଲ କର୍ମଚାରୀ ପରିଚୟ ଦେଇ ରୋଗୀ ମାନଙ୍କୁ ନେଉଥିବା ଅଭିଯୋଗ ପୋଲିସକୁ କରିଥିଲେ । ତେବେ ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତ ଅଛି ସେ ନେଇ ମଧ୍ୟ ତଦନ୍ତ ଜାରି ରହିଛି ।
ଅନ୍ୟପଟେ ଯଦି କେହି ଦଲାଲ ଏହିଭଳି କାର୍ଯ୍ୟ କଳାପ କରୁଥିବାର ନଜର ଆସନ୍ତି, ତେବେ ପୋଲିସ ସହ ତୁରନ୍ତ ଯୋଗାଯୋଗ କରିବା ପାଇଁ ଅପିଲ କରିଛି କମିଶନରେଟ୍ ପୋଲିସ ।