Police 2

ଅପରେସନ୍ ସିନ୍ଦୂର: ହାଇଆଲର୍ଟରେ ଓଡିଶା ପୋଲିସ, ରେଳ ଷ୍ଟେସନ ଓ ପ୍ଲାଟଫର୍ମରେ ସୁରକ୍ଷା ବ୍ୟବସ୍ଥା କଡାକଡି

Spread the love

ଭୁବନେଶ୍ୱର : ଭାରତ ସରକାରଙ୍କ ପକ୍ଷରୁ ଚାଲିଛି ଅପରେସନ୍ ସିନ୍ଦୂର ଓ ଜାରି ହୋଇଛି ହାଇ ଆଲର୍ଟ । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଜନ ସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ରାଜ୍ୟ ପୋଲିସ ପକ୍ଷରୁ ଦିନରାତି ଚାଲିଛି ପାଟ୍ରୋଲିଂ ।

ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ସାମ୍ନା କରିବାକୁ ରେଳ ଷ୍ଟେସନ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ହୋଇଛି କଡାକଡି । ଷ୍ଟେସନର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥରେ ମୁତୟନ ହୋଇଛନ୍ତି ସଶସ୍ତ୍ର ଫୋର୍ସ । ସେହିପରି ପ୍ଲାଟଫର୍ମ ସମେତ ସବୁ ଟ୍ରେନର କୋଚରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ଟିକିନିଖି କରାଯାଉଛି ଯାଞ୍ଚ । ଚଳନ୍ତା ଟ୍ରେନ ଭିତରେ କିମ୍ବା ଷ୍ଟେସନ ପରିସରରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ପୋଲିସକୁ ସୂଚନା ଦିଅନ୍ତୁ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *