ଦୁଇ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନା ସହ ଆମେରିକାର କୌଣସି ସମ୍ପର୍କ ନାହିଁ : ଉପରାଷ୍ଟ୍ରପତି ଜେଡି ଭାନ୍ସ
ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଭାରତର ଅନେକ ସ୍ଥାନରେ ପାକିସ୍ତାନ ଆକ୍ରମଣ କରିବାକୁ ବାରମ୍ବାର ଚେଷ୍ଟା କରୁଛି । ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଭାରତୀୟ ସେନା ଏହାର ସବୁ ଉଦ୍ୟମ ପଣ୍ଡ କରିଛି। ଏହାମଧ୍ୟରେ ଆମେରିକା ଉପରାଷ୍ଟ୍ରପତି ବଡ ବୟାନ ଦେଇଛନ୍ତି । ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ନେଇ ଦେଇଥିବା ମନ୍ତବ୍ୟ ପାକିସ୍ତାନକୁ ବଡ ଝଟକା ଦେଇଛି।
ଜେଡି ଭାନ୍ସ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନା ସହ ଆମେରିକାର କୌଣସି ସମ୍ପର୍କ ନାହିଁ । ଏହାକୁ ନିୟନ୍ତ୍ରଣ ପାଇଁ ମଧ୍ୟ ଆମେରିକାର କୌଣସି ଭୂମିକା ରହିବ ନାହିଁ । ସିଧାସଳଖ ଭାବେ କୌଣସି ହସ୍ତକ୍ଷେପ କରିବ ନାହିଁ । ଦୁଇ ଦେଶ ମଧ୍ୟରେ ଉତ୍ତେଜନା କିପରି କମିବ ପରୋକ୍ଷ ଭାବେ ଚେଷ୍ଟା କରିବାୁ ମାତ୍ର ସିଧାସଳଖ ହସ୍ତକ୍ଷେପ କରିବୁ ନାହିଁ । ଭାରତକୁ କିମ୍ବା ପାକିସ୍ତାନ ଆକ୍ରମଣ ନେଇ ମଧ୍ୟ ଆମେରିକା ପକ୍ଷରୁ କୁହାଯିବ ନାହିଁ । ମାତ୍ର ଯୁଦ୍ଧ ଅଧିକ ବଢି ପରମାଣୁ ଆକ୍ରମଣର ରୂପ ଯେପରି ନହେଉ ବୋଲି ଆମେ ଭାବୁଛୁ।