Krushna Ch Patra 1

ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ: ଖାଦ୍ୟ ଯୋଗାଣ ମନ୍ତ୍ରୀ

Spread the love

ଭୁବନେଶ୍ବର: ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଆମ ରାଜ୍ୟ ସବୁ ପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ ଅଛି। ଡାଲି, ଚାଉଳ, ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ଗଚ୍ଛିତ ଅଛି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି, କୌଣସି ପ୍ରକାର କଳାବଜାରୀକୁ ପ୍ରଶ୍ରୟ ଦିଆଯିବ ନାହିଁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀ କହିଛନ୍ତି ଅପେରସନ ସିନ୍ଦୂରରେ ସୀମିତ ରହିବନି ଆକ୍ସନ । ଆଗକୁ ଆହୁରି ବଡ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେଣୁ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ସରକାର ବଜାର ଉପରେ କଡ଼ା ନଜର ରଖିଛନ୍ତି।
ରବି ଧାନ ପାଇଁ ପଞ୍ଜୀକରଣ ସରିଛି । ଏଥର ଆମେ ୨୦ଟି ଜିଲ୍ଲାକୁ ହାତକୁ ନେଇଛୁ । ଆଗରୁ ୧୭ ଜିଲ୍ଲାରେ ପଞ୍ଜୀକରଣ ହେଉଥିଲା । ପଞ୍ଜୀକରଣ ପରେ ସାଟେଲାଇଟ ସର୍ଭେ କରାଯିବ। ଏହାପରେ ସପ୍ତାହେ ଭିତରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ।
୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ମଣ୍ଡି ଦାୟିତ୍ୱରେ ନୋଡାଲ ଅଫିସର ରହିବେ । ଏଥର ଆମର ଟାର୍ଗେଟ ୧୫ ଲକ୍ଷ ମେଟ୍ରିକ୍ ଟନ ରହିଛି । ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରହିଛି । କଟନୀ ଛଟନୀ କରାଇ ଦିଆଯାଇନାହିଁ । ଅସାଧୁ ମିଲରମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗାଣ ମନ୍ତ୍ରୀ ତାଗିଦ୍ କରିଛନ୍ତି।

Leave a Reply

Your email address will not be published. Required fields are marked *