Citu

ଆସନ୍ତା ୨୦ରେ ସର୍ବଭାରତୀୟ ଧର୍ମଘଟ ଡାକରା ଦେଲେ ଶ୍ରମିକ ସଂଗଠନ

Spread the love

ଭୁବନେଶ୍ବର:ଆଗାମୀ ୨୦ ତାରିଖରେ ବିଭିନ୍ନ ସଂଗଠନ ପକ୍ଷରୁ ଧର୍ମଘଟ ଡକରା ଦିଆଯାଇଛି। ଶ୍ରମିକ ବିରୋଧୀ ପୁଞ୍ଜିପତି ସପକ୍ଷବାଦୀ ୪ ଶ୍ରମ କୋଡ୍ ବାତିଲ ସହିତ ଶ୍ରମିକ, କୃଷକ, କ୍ଷୁଦ୍ର ବ୍ୟବସାୟୀ, ମହିଳା, ଛାତ୍ର ଯୁବକ ତଥା ସମଗ୍ର ଦେଶବାସୀଙ୍କର ୧୭ ଦଫା ଦାବିକୁ ନେଇ ଏହି ସର୍ବଭାରତୀୟ ଧର୍ମଘଟର ଡାକରା ଦିଆଯାଇଛି ।

ସୂଚନାଥାଉକି,ବାମପନ୍ଥୀ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଯେପରିକି ଏଆଇଟିୟୁସି, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଟିୟୁସିସି ଏବଂ ଭୁବନେଶ୍ୱର ସହର ବ୍ୟାଙ୍କ, ବୀମା, କେନ୍ଦ୍ର ଓ ରାଜ୍ୟ ସରକାରୀ ମଧ୍ୟବିତ୍ତ କର୍ମଚାରୀ ସଂଘର ମିଳିତ ମଞ୍ଚ ତରଫରୁ ମାଷ୍ଟର କ୍ୟାଣ୍ଟିନ ଛକରେ ଆନ୍ତର୍ଜାତୀକ ଶ୍ରମିକ ଦିବସରେ ଅନୁଷ୍ଠିତ ସାଧାରଣ ସଭାରେ ଏହି ଡକରା ଦିଆଯାଇଥିଲା ।

ଏଥିରେ ବରିଷ୍ଠ ଶ୍ରମିକ ନେତା ବିଜୟ ଜେନା, ପ୍ରଦୀପ୍ତ ନାୟକ, ଅଜୟ ନାୟକ, ପୂର୍ଣ୍ଣଚନ୍ଦ୍ର ବେହେରା, ଡ. ଅମିୟ ମହାନ୍ତି, ମହେନ୍ଦ୍ର ପରିଡ଼ା, ଜ୍ୟୋତି ରଞ୍ଜନ ମହାପାତ୍ର ପ୍ରମୁଖ ମୋଦୀ ସରକାରଙ୍କ ଜନମାରଣ ନୀତିର ସମାଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *