Whatsapp Image 2025 05 02 At 5.1

୪ନିଗମ ସହ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବୁଝାମଣାପତ୍ର ସ୍ୱାକ୍ଷରିତ

Spread the love

ଭୁବନେଶ୍ବର: ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଚାରୋଟି ନିଗମ ସହ ବୁଝାମଣାପତ୍ର ସ୍ଵାକ୍ଷର କରିଛି । ନିଗମ ଗୁଡିକ ହେଲା ଓଡ଼ିଶା କୃଷି ଶିଳ୍ପ ନିଗମ (OAIC), ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜି ଲଗାଣ ନିଗମ ଲିମିଟେଡ଼ (APICOL), ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ଼ (OSSC), ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଲିମିଟେଡ଼ (OSCDCL) ।

ବିଗତ ବର୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଉପମୁଖ୍ୟମନ୍ତ୍ରୀ ସିଂହଦେଓ ଓଡ଼ିଶା କୃଷି ଶିଳ୍ପ ନିଗମ ଓ ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜି ଲଗାଣ ନିଗମ ଲିମିଟେଡ଼ ଅଧ୍ୟକ୍ଷଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ ଓ କହିଥିଲେ ଯେ, ଅନୁବନ୍ଧିତ ସମସ୍ତ ନିଗମ ଗୁଡିକ ଉତ୍ସାହଜନକ ପ୍ରଦର୍ଶନ କରିଛନ୍ତି ଏବଂ ପ୍ରଗତିର ଏହି କାର୍ଯ୍ୟଧାରା ଆଗକୁ ଜାରି ରହୁ । ଗତ ଆର୍ଥିକ ବର୍ଷରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ରାଜ୍ଯ ସରକାରଙ୍କ ଏକ ପ୍ରମୁଖ ବିଭାଗ ଭାବେ ଅନୁମୋଦିତ ବଜେଟର ୯୪.୭ ପ୍ରତିଶତ ଖର୍ଚ୍ଚ କରିପାରିଛି । କୃଷକଙ୍କ ଉନ୍ନତି ଓ ପ୍ରଗତି ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ।

ଓଡ଼ିଶା କୃଷି ଶିଳ୍ପ ନିଗମ ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ନିମନ୍ତେ ୪୫,୦୦୦ ଟନ୍ ସାର, ୨୦ କୋଟି ଟଙ୍କାର ଜୈବିକ ସାର ଓ କୀଟନାଶକ, ୭୦୦୦ ଟ୍ରାକ୍ଟର, ୧୦୦୦ ପାୱାର ଟିଲର ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି, ୫୨୦୦ ବିଦ୍ୟୁତ ଚାଳିତ କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପ, ୪୮୦୦ ସୌରଚାଳିତ ଜଳନିଧି ପ୍ରକଳ୍ପ, ୧୦୦୦ ଅଗଭୀର ନଳକୂପ ପ୍ରକଳ୍ପ (Shallow Tube Well) ଏବଂ ନିର୍ମାଣ କାର୍ଯ୍ୟ ନିମନ୍ତେ ଚଳିତ ବର୍ଷ ୩୦ କୋଟି ଟଙ୍କା କାର୍ଯ୍ୟ ପାଇଁ ଲକ୍ଷ୍ୟ ରଖିଛି । ସମୁଦାୟ ୧୦୦୦ କୋଟି ଟଙ୍କାର କାରବାର କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *