Sadananda Date 750x430

ପହଲଗାଓଁରେ ଏନଆଇଏ ଡିଜି, ଆକ୍ରମଣର ୨ ଦିନ ପୂର୍ବରୁ ରେକି କରିଥିଲେ ଆତଙ୍କୀ

Spread the love

ଶ୍ରୀନଗର : ପହଲଗାଓଁ ଆକ୍ରମଣର ୯ ଦିନ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ମହାନିର୍ଦେଶକ(ଡିଜି) ସଦାନନ୍ଦ ହୋତେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଅଧିକାରୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଯହା ସବୁ ତଦନ୍ତ କରିଛନ୍ତି, ତାହାର ଅଗ୍ରଗତି ଯାଞ୍ଚ କରିବା ସହିତ ସମୀକ୍ଷା କରିଥିଲେ। ସମୀକ୍ଷା ପରେ ଏନଆଇଏ ଟିମ ତଦନ୍ତର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବ।
ଅନ୍ୟପଟେ ଆତଙ୍କବାଦୀମାନେ ଆକ୍ରମଣର ଦୁଇ ଦିନ ପୂର୍ବରୁ ଘଟଣାସ୍ଥଳକୁ ଆସି ରେକି କରିଥିଲେ। ଏହା ପରେ ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିଲେ। କେବଳ ପହଲଗାଓଁ ନୁହେଁ, ଅନ୍ୟ ୩ଟି ସ୍ଥାନରେ ବି ଆକ୍ରମଣ କରିବାକୁ ସେମାନଙ୍କ ଯୋଜନା ରହିଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି। ଆକ୍ରମଣରେ ସେମାନେ ୩ଟି ସାଟେଲାଇଟ ଫୋନ ବ୍ୟବହାର ମଧ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *