7d6454db E15a 496a 977e 6a571a70fd1e 300474

ଅବକାରୀ ଅଧୀକ୍ଷକଙ୍କ ଗାଡିରୁ ୩ ଲକ୍ଷ ଜବତ

Spread the love

ଢେଙ୍କାନାଳ : ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଛନ୍ତି। ଗାଡ଼ିରେ ୩ ଲକ୍ଷ ଟଙ୍କା ନେଇ ଯିବାବେଳେ ଭିଜିଲାନ୍ସ ଟିମ୍‌ ଅତର୍କିତ ଚଢ଼ଉ କରି ମାଡ଼ିବସିଛନ୍ତି।
ସୂଚନା ଅନୁସାରେ ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୪ଟାରେ ଲକ୍ଷାଧିକ ଟଙ୍କା ନେଇ କୁଆଡ଼େ ଯାଉଥିବା ନେଇ ଭିଜିଲାନ୍ସ ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଭିଜିଲାନ୍ସ ଟିମ୍‌ ଏକ ବଡ଼ଧରଣର ଚଢ଼ଉ ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ। ଏଥି ପାଇଁ ଟିମ୍‌ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ଆଗରେ ଜଗିଥିଲେ। ଏହି ସମୟରେ ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକଙ୍କ ଗାଡ଼ି ପହଞ୍ଚି ଥିଲା। ପୂର୍ବରୁ ସନ୍ଦେହ କରୁଥିବା ଭିଜିଲାନ୍ସ ଟିମ୍‌ ଶ୍ରୀ ନାୟକଙ୍କ ଗାଡ଼ିକୁ ଅଟକାଇଥିଲେ।
ଭିଜିଲାନ୍ସ ଟିମ୍‌ ଗାଡ଼ି ଅଟକାଇବା ପରେ ଶ୍ରୀ ନାୟକ ଅସ୍ଥିର ଦେଖାଯାଇଥିଲେ। ଗାଡ଼ି ଯାଞ୍ଚ ବେଳେ ଏଥିରେ ବିପୁଳ ପରିମାଣର ଟଙ୍କା ଥିଲା। ଭିଜିଲାନ୍ସ ଟିମ୍‌ ଏହାକୁ ଜବତ କରିଥିଲେ। ଶ୍ରୀ ନାୟକଙ୍କୁ ଭିଜିଲାନ୍ସର ଅଧିକାରୀମାନେ ଯେତେବେଳେ ଏତେ ଟଙ୍କା‌ କେଉଁଠୁ ଆସିଲା ଏବଂ କେଉଁଠିକୁ ନିଆଯାଉଥିଲା ବୋଲି ପଚାରି ଥିଲେ, ସେମାନେ ସନ୍ତୋଷଜନକ ଉତ୍ତର ପାଇପାରି ନଥିଲେ।
ଭିଜିଲାନ୍ସ ବିଭାଗ ପକ୍ଷରୁ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗାଡ଼ିରୁ ପ୍ରାୟ ୩ ଲକ୍ଷ ଟଙ୍କା ଜବତ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ଭିଜିଲାନ୍ସ ଟିମ୍‌ ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକଙ୍କ ମହାବୀର ବଜାରସ୍ଥିତ ସରକାରୀ କ୍ବାର୍ଟରରେ ତଦନ୍ତ ଜାରି ରଖିଛନ୍ତି। ତଦନ୍ତ ସରିବା ପରେ ଗାଡ଼ିରୁ ଜବତ ହୋଇଥିବା ଟଙ୍କା କେଉଁଠୁ ଆସିଥିଲା, ସେନେଇ ଜଣାପଡ଼ିବ।
ସୂଚନାଯୋଗ୍ୟ, ଅବକାରୀ ଅଧୀନାୟକ କ୍ରିଷ୍ଣା ନାୟକ କିଛି ମାସ ପୂର୍ବରୁ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କୁ ଏଠାକୁ ବଦଳି ହୋଇ ଆସିଥିଲେ। ତାଙ୍କର କାର୍ଯ୍ୟଶୈଳୀ କେତେ ‌ଭଲ ବା ଖରାପ ସମୟ କହିବ। କିନ୍ତୁ ଆଜିର ଏହି ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କ ପ୍ରତି ଜନତାଙ୍କ ଚିନ୍ତାଧାରା ନିଶ୍ଚିତ ରୂପେ ଭିନ୍ନ ପରିଲକ୍ଷିତ ହେଉଛି।

Leave a Reply

Your email address will not be published. Required fields are marked *