Screenshot 2025 04 25 072639 750

ରାଉରକେଲାରେ ପୋଲିସ ଏନକାଉଣ୍ଟର

Spread the love

ରାଉରକେଲା: ରାଉରକେଲାରେ ଏନକାଉଣ୍ଟର। ଗୁରୁବାର ରାତି ୧୦ଟାରେ ଲୁଟ୍‌ କରିବାକୁ ଆସି ହୋଟେଲ ମାଲିକଙ୍କୁ ଗୁଳି ମାଡ଼ କଲେ ୮ ଦୁର୍ବୃତ୍ତ। ହୋଟେଲ ମାଲିକ ଗଙ୍ଗେ ଓରାମଙ୍କ ଡ଼ାହାଣ ଗୋଡ଼ ଆଣ୍ଠୁ ତଳକୁ ବାଜିଛି ଗୁଳି। ଘଟଣା ଘଟିବାର ୪ ଘଣ୍ଟା ମଧ୍ୟରେ ଡବଲ ଏନକାଉଣ୍ଟର୍‌ କରିଛି ପୋଲିସ। ଏଥିରେ ଦୁଇ ଜଣ ଦୁର୍ବୃତ୍ତଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ଜଣକୁ ପୋଲିସ ଅଟକ ରଖିଛି। ହେଲେ ଆଉ ୫ ଜଣ ଫେରାର ହୋଇ ଯାଇଛନ୍ତି। ଦୁଇ ଜଣ ଦୁର୍ବୃତ୍ତ ହେଲେ ବାନେଶ୍ୱର୍ ସିଂ, ଶିବ ନାଥ ସିଂ ।

ସୂଚନା ମୁତାବକ, ରାଉରକେଲା ବିଶ୍ରା ଥାନା ସାରୁ ବାହାଲ ଗାଁରେ ହୋଟେଲ ମାଲିକ ଗଙ୍ଗେ ଓରାମ୍ ହୋଟେଲରେ ଗ୍ରାହକଙ୍କ ସହ ଥିବା ବେଳେ ହଠାତ ୮ ଜଣ ଦୁର୍ବୃତ୍ତ ମୁଣ୍ଡରେ ହଳଦିଆ ରଙ୍ଗର ଗାମୁଛା ଘୋଢ଼ାଇ ହୋଟେଲ ଭିତରକୁ ପଶି ଆସିଥିଲେ। ହୋଟେଲ ଭିତରକୁ ଆସି କ୍ୟାସ କାଉଣ୍ଟରକୁ ଯାଇଥିଲେ। ହୋଟେଲ ମାଲିକ ଗଙ୍ଗେ ଓରୀମଙ୍କୁ ଟଙ୍କା ମାଗିଥିଲେ। ହୋଟେଲ ମାଲିକ ଟଙ୍କା ନାହିଁ ବୋଲି କହିଥିଲେ। ତଥାପି ଦୁର୍ବୃତ୍ତମାନେ ଡ଼୍ର ଖୋଲି ଟଙ୍କା ଲୁଟିନେଇଥିଲେ।

ହୋଟେଲ ମାଲିକ ଏବଂ ତାଙ୍କ ସ୍ତ୍ରୀଙ୍କ ମୋବାଇଲ ସହ ଜଣେ ଗ୍ରାହକଙ୍କ ମୋବାଇଲ ଛଢ଼ାଇ ନେଇ ଧମକ ଚମକ ଦେଇ ଗୁଳି ମାଡ଼କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ ଦୁର୍ବୃତ୍ତ। ଏହି ଗୁଳିମାଡ଼ରେ ହୋଟେଲ ମାଲିକଙ୍କ ଗୋଡ଼ରେ ଗୁଳି ବାଜିଥିଲା। ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ବିଶ୍ରା ପୋଲିସ। ତୁରନ୍ତ ହୋଟେଲ ମାଲିକଙ୍କୁ ବିଶ୍ରା ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରେ ରାଉରକେଲା ସରକାରୀ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ଏହି ଘଟଣା ଘଟିବାର ୪ ଘଣ୍ଟା ମଧ୍ୟରେ ପୋଲିସ କରିଛି ଡବଲ ଏନକାଉଣ୍ଟର୍‌। ପୋଲିସ ଗୁଳିରେ ଘାଇଲା ହୋଇଛନ୍ତି ଦୁଇ ଦୃର୍ବୁତ୍ତ। ଏନକାଉଣ୍ଟର ହୋଇଥିବା ଦୁଇ ଦୁର୍ବୃତ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *