Rape Of Minor

ସୁନ୍ଦରଗଡ଼ ଜଙ୍ଗଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

Spread the love

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିକଟସ୍ଥ ଏକ ଜଙ୍ଗଲରେ ଜଣେ ନାବାଳିକାଙ୍କୁ ତିନି ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ତଲସରା ଥାନା ଅଧୀନସ୍ଥ ଏକ ଦୁର୍ଗମ ଅଞ୍ଚଳରେ ଏହି ଘଟଣା ଘଟିଛି। ଝିଅ ଜଣକ ନିକଟରେ ଏକୋସିଆ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ପରେ ସେ ଅନ୍ୟ ଦୁଇ ନାବାଳିକା ଝିଅଙ୍କ ସହିତ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତମାନେ ସେମାନଙ୍କୁ ଅଟକାଇଥିଲେ। ଏହି ସମୟରେ ଭୟରେ ଅନ୍ୟ ଦୁଇ ଝିଅ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲେ। ଏବଂ ଘଟଣା ବିଷୟରେ ଗ୍ରାମବାସୀ ଏବଂ ପୀଡିତାଙ୍କ ପରିବାରକୁ ଜଣାଇଥିଲେ।

ତେବେ ଯୁବକମାନେ ଏକ ଏସୟୁଭି ରେ ଆସି ନାବାଳିକାଙ୍କୁ ଅପହରଣ କରିବା ପରେ ନିକଟ ଜଙ୍ଗଲରେ ଗଣଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଜାହାପରେ ସେମାନେ ପୀଡିତାଙ୍କୁ ଅନ୍ୟ ଏକ ଗାଁ ନିକଟରେ ଛାଡ଼ି ପଳାଇଥିଲେ। ପରେ ଯୁବତୀ ଜଣକ ତାଙ୍କ ପିତାମାତାଙ୍କୁ ଏହି ଘଟଣା ବିଷୟରେ କହିବା ପରେ ଥାନାରେ ଅଭିଯୋଗ କରାଯାଇଥିଲା।

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତମାନଙ୍କୁ ଖୋଜି ବାହାର କରିବା ପାଇଁ ଛାନଭିନ୍ନ ଚଳାଇଛି।

Leave a Reply

Your email address will not be published. Required fields are marked *