Gold 750x430

ପୁଣି ୨୭୦୦ କମିଲା ସୁନା ଦର, ଖୁବ୍ ଶୀଘ୍ର ଛୁଇଁବ ୫୫ ହଜାର

Spread the love

ଭୁବନେଶ୍ଵର: ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର ଆସିଛି। ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର। ବିଗତ କିଛି ମାସ ହେବ ଦେଶରେ ହୁ ହୁ ହୋଇ ବଢ଼ୁଥବା ସୁନା ଦରରେ ଏବେ ଲାଗିଛି ବ୍ରେକ୍‌। ଘରୋଇ ବଜାରରେ ମାତ୍ର ଦୁଇ ଦିନରେ ସୁନା ମୂଲ୍ୟ ୨୭୦୦ ଟଙ୍କାରୁ ଅଧିକ ହ୍ରାସ ଘଟିଛି। ପୂର୍ବରୁ ୧୦ ଗ୍ରାମ ପିଛା ସୁନା ଦର ୧ ଲକ୍ଷ ଟଙ୍କା ଟପିବା ନେଇ ଆକଳନ କରାଯାଉଥିବା ବେଳେ ଏବେ ଦର ହଠାତ୍‌ ହ୍ରାସ ହୋଇଛି ।

ବର୍ଦ୍ଧିତ ସୁନା ଓ ରୂପା ଦରରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଦୁଇ ଦିନରେ ୨୭୦୦ ଟଙ୍କା ଶସ୍ତା ହୋଇଛି ସୁନା । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୮୦ ଟଙ୍କା ହ୍ରାସ ପାଇବା ସହ ୯୦,୬୬୦ ଟଙ୍କା ରହିଥିଲା । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୯୦୦ ଟଙ୍କା ହ୍ରାସ ଘଟି ୮୩,୧୦୦ ଟଙ୍କା ରହିଥିଲା । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୮,୩୧୦ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୬୬,୪୮୦ ଟଙ୍କା ରହିଛି । ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୯,୦୬୬ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୭୨,୫୨୮ ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *