Akraman

ଶ୍ରୀମନ୍ଦିର ସେବାୟତଙ୍କ ଦାଦାଗିରି: ସାମ୍ବାଦିକାଙ୍କୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗ

Spread the love

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ ଦାଦାଗିରି ବଢ଼ିଥିବା ଚର୍ଚ୍ଚା ହେଉଛି। ସେବାୟତମାନଙ୍କର ଶ୍ରୀମନ୍ଦିରରେ ଦୌରାତ୍ମ ବଢ଼ିଯାଇଥିବା ଭକ୍ତମାନେ ଅନେକ ସମୟରେ ଅଭିଯୋଗ ଆଣିଛନ୍ତି। ସେବାୟତମାନେ ଗଣମାଧ୍ୟମର ପ୍ରତିନିଧିଙ୍କୁ ମଧ୍ୟ ଛାଡୁ ନାହାନ୍ତି। ଆଜି ଅପରାହ୍‌ଣରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସେବାୟତମାନେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି।

ସିଂହଦ୍ଵାର ସମ୍ମୁଖରେ ସେବାୟତଙ୍କ ଆକ୍ରମଣର ଜଣେ ସାମ୍ବାଦିକା ମଧ୍ୟ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଥି ସହିତ ଜଣେ କ୍ୟାମେରାମ୍ୟାନ ମଧ୍ୟ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଆକ୍ରମଣ ଘଟଣାରେ ପ୍ରାୟ ୧୦ରୁ ଅଧିକ ସେବାୟତ ସମ୍ପୃକ୍ତ ଥିବା ଦେଖିବାକୁ ମିଳିଛି।

ଜଣେ ମହିଳା ସାମ୍ବାଦିକାଙ୍କ ସହ‌ ଅନ୍ୟ ଗଣମାଧ୍ୟମର ପ୍ରତିନିଧି ଓ କ୍ୟାମେରା ମ୍ୟାନମାନଙ୍କୁ କିଭଳି ଭାବେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି ତାହା ଫଟୋରୁ ସ୍ପଷ୍ଟ ହେଉଛି। ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଟଙ୍କା ନେଇ ଭକ୍ତମାନଙ୍କୁ ଛାଡୁଥିବା ଅଭିଯୋଗ କରିଥିଲେ ଭକ୍ତ। ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହାକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନେଇ ଆଜି ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସେବାୟତ ଆକ୍ରମଣ କରିଥିଲେ। ଏହି ଘଟଣାରେ ସାମ୍ବାଦିକମାନଙ୍କ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି।

Leave a Reply

Your email address will not be published. Required fields are marked *