Subhadra Scheme Db282fd1b2 E1728

ସୁଭଦ୍ରାଙ୍କୁ ନେଇ ବଡ଼ ଅପଡେଟ: ଏକାସାଙ୍ଗରେ ମିଳିବ ୧୫ ହଜାର

Spread the love

ଭୁବନେଶ୍ଵର: ସୁଭଦ୍ରାଙ୍କୁ ନେଇ ଆସିଲା ବଡ଼ ଅପଡେଟ। ଏଣିକି ୫ ନୁହଁ ମିଳିବ ୧୫ ହଜାର ଟଙ୍କା। ଯେଉଁମାନେ ଏପର୍ଯ୍ୟନ୍ତ ସୁଭଦ୍ରା ପାଇନାହାନ୍ତି, ସେମାନେ ଆଗାମୀ କିସ୍ତିରେ ଏକାସାଙ୍ଗରେ ୧୫ ହଜାର ଟଙ୍କା ମିଳିବ।

ଯେଉଁ ଯୋଗ୍ୟ ହିତାଧିକାରୀ ‘ସୁଭଦ୍ରା’ ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନେ ଏକାଥରେ ୩ଟି ଯାକ କିସ୍ତି ପାଇବେ ବୋଲି ପୂର୍ବରୁ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଚଳିତ ମାସ ୮ ତାରିଖରେ ଏକ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରାର ଦ୍ୱିତୀୟ ପର୍ଯ୍ୟାୟରେ ଟଙ୍କା ମିଳିସାରିଛି । ଯେଉଁମାନେ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ପାଇ ନଥିଲେ, ଆଉ ପରେ ଆବେଦନ କରିଥିଲେ, କିମ୍ବା ଯୋଗ୍ୟ ହୋଇ ମଧ୍ୟ ବଡ ପଡ଼ିଥିଲେ, ସେମାନଙ୍କୁ ଏକାଥରକେ ଦୁଇଟି କିସ୍ତିର ଟଙ୍କା ୧୦ ହଜାର ଦେଇଛନ୍ତି ରାଜ୍ୟ ସରକାର । ସେହିପରି ଆଗକୁ ଯେଉଁ ଯୋଗ୍ୟ ହିତାଧୀକାରୀ ‘ସୁଭଦ୍ରା’ ଯୋଜନାରୁ ବଞ୍ଚିତ ଅଛନ୍ତି, ସର୍ଭେ ପରେ ସେମାନେ ଏକାଥରେ ରାକ୍ଷୀପୂର୍ଣ୍ଣିମା ମିଳିବାକୁ ଥିବା ତୃତୀୟ କିସ୍ତିରେ ୩ଟି ଯାକ କିସ୍ତି ପାଇବେ ବୋଲି ପୂର୍ବରୁ କହିସାରିଛନ୍ତି ରାଜ୍ୟ ସରକାର।

ସେପଟେ ମାର୍ଚ୍ଚ ୩୧ରେ ସୁଭଦ୍ରା ଆବେଦନ ପ୍ରକ୍ରିୟା ପାଇଁ ଶେଷ ତାରିଖ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଏହା ପରେ ଆଉ ସୁଭଦ୍ରା ପାଇଁ ଆବେଦନ କରିହେବ ନାହିଁ। ମାର୍ଚ୍ଚ ୩୧ ପରେ ଡୋର ଟୁ ଡୋର ଯାଇ ୱାନ ଟୁ ୱାନ ସର୍ଭେ କରିବେ ସୁଭଦ୍ରା ଅଧିକାରୀ । ଫିଲ୍ଡ ଭେରିଫିକେସନ ପରେ ଯେଉଁମାନେ ଯୋଗ୍ୟ ବିବେଚିତ ହେବେ, ସେମାନେ ଏକ ସାଙ୍ଗରେ ସୁଭଦ୍ରାର ତିନୋଟି କିସ୍ତି ପାଇବେ।

ତେବେ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରର ଜନତା ମଇଦାନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ‘ସୁଭଦ୍ରା’ ଯୋଜନା’ର ଶୁଭାରମ୍ଭ କରିଥିଲେ। ସେହି ଦିନ ଓଡ଼ିଶାର ୨୫ ଲକ୍ଷ ମହିଳାଙ୍କୁ ମିଳିଥିଲା ପ୍ରଥମ କିସ୍ତି ଟଙ୍କା । ସେପଥି ଏଯାବତ୍ ୬ ଟି ପର୍ଯ୍ୟାୟରେ ୧ କୋଟି ୬୩ ହଜାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିସାରିଛି।

Leave a Reply

Your email address will not be published. Required fields are marked *