2 179 1740999510502

ଫେସ୍‌ବୁକ୍‌ରେ ବନ୍ଧୁତା, ଝଗଡ଼ା ଓ ମୋବାଇଲ୍ ଚାର୍ଜରରେ ତଣ୍ଟି ଚିପି ହତ୍ୟା

Spread the love

ନୂଆଦିଲ୍ଲୀ: ହରିୟାଣାର ରୋହତକରେ କଂଗ୍ରେସ ନେତ୍ରୀ ହିମାନୀ ନରୱାଲଙ୍କ ହତ୍ୟା ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସଚିନକୁ ଦିଲ୍ଲୀରୁ ଗିରଫ କରିଛି । ଜେରାରେ ସଚିନ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି । ଏଥିରେ ଏହି ହତ୍ୟାକାଣ୍ଡର ପୂରା କାହାଣୀ ସାମନାକୁ ଆସିଛି । ହିମାନୀଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ତାଙ୍କ ମୃତ ଦେହକୁ ସୁଟ୍‌କେସରେ ଭର୍ତ୍ତି କରି ସାମ୍ପଲା ଅଞ୍ଚଳରେ ଫୋପାଡ଼ି ଦେଇଥିଲା । ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତ ସଚିନ ପୂର୍ବରୁ ବିବାହିତ ଏବଂ ତାର ୨ଟି ସନ୍ତାନ ଅଛନ୍ତି ।

ପୋଲିସ କହିବା ଅନୁସାରେ ସଚିନ ଓ ହିମାନୀଙ୍କ ମଧ୍ୟରେ ଫେସବୁକରୁ ବନ୍ଧୁତା ଆରମ୍ଭ ହୋଇଥିଲା । ସଚିନ ପ୍ରାୟ ସମୟରେ ହିମାନୀଙ୍କ ଘରକୁ ଯିବା ଆସିବା କରୁଥିଲା । ଫେବ୍ରୁଆରୀ ୨୭ ରାତି ୯ଟାରେ ହିମାନୀଙ୍କ ଘରେ ପହଞ୍ଚିଥିଲା ଓ ସାରା ରାତି ସେଠାରେ ରହିଥିଲା । ଏହାର ପରଦିନ ଫେବ୍ରୁଆରୀ ୨୮ରେ ଦୁହିଁଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଝଗଡ଼ା ଏତେ ଅଧିକ ହୋଇଥିଲା ଯେ ହିମାନୀଙ୍କୁ ଚୁନିରେ ବାନ୍ଧି ଦେଇଥିଲା ସଚିନ । ଏହାପରେ ମୋବାଇଲ୍ ଚାର୍ଜରରେ ତଣ୍ଟିକୁ ଚିପି ହତ୍ୟା କରିଥିଲା । ଝଗଡ଼ା ବେଳେ ସଚିନର ହାତରେ ବି ଆଘାତ ଲାଗିଥିଲା, ହିମାନୀଙ୍କ ଶୋଇବା ଖଟରେ ରକ୍ତ ପଡ଼ିଥିଲା ।

ହତ୍ୟାପରେ ସଚିନ ବେଡ୍‌ର କଭର୍ ବଦଳାଇଥିଲା ଏବଂ ହିମାନୀଙ୍କ ସହ ସୁଟ୍‌କେସରେ ରଖିଥିଲା । ଏହାପରେ ହିମାନୀଙ୍କ ସୁନା ମୁଦି, ସୁନା ଚେନ୍, ମୋବାଇଲ୍, ଲାପଟପ୍, ଅନ୍ୟ ଅଳଙ୍କାର ଓ ସ୍କୁଟି ଧରି ନିଜ ଗାଁ ବାହାଦୂରଗଡ଼ ଚାଲିଯାଇଥିଲା । ସେହି ଦିନ ରାତି ୧୦ଟାରେ ପୁଣି ଥରେ ସେ ହିମାନୀଙ୍କ ଘରକୁ ଆସିଥିଲା । ହିମାନୀଙ୍କ ସ୍କୁଟିକୁ ଘର ବାହାରେ ରଖି ଏକ ଅଟୋ ଭଡ଼ା କରିଥିଲା । ସୁଟ୍‌କେସରେ ଶବକୁ ରଖି ସେ ରାତି ପ୍ରାୟ ୧୦-୧୧ଟା ମଧ୍ୟରେ ସାମ୍ପଲା ଅଞ୍ଚଳରେ ପହଞ୍ଚିଥିଲା । ସେଠାରେ ସୁଟ୍‌କେସକୁ ଫୋପାଡ଼ି ବସରେ ଫେରାର୍ ହୋଇଯାଇଥିଲା ।

ମାର୍ଚ୍ଚ ୧ରେ ସାମ୍ପଲା ବସ୍ ଷ୍ଟାଣ୍ଡ ନିକଟରେ ସୁଟ୍‌କେସ୍‌ରେ ହିମାନୀଙ୍କ ଶବ ମିଳିବା ପରେ ପୋଲିସ ଏସଆଇଟି ଗଠନ କରିଥିଲା । ସଚିନଙ୍କୁ ଦିଲ୍ଲୀରୁ ଗିରଫ କରିବା ପରେ ପୋଲିସ ତା ନିକଟରୁ ହିାନୀଙ୍କ ମୋବାଇଲ୍, ଅଳଙ୍କାର ଓ ଅନ୍ୟ ସାମାଗ୍ରୀ ଜବତ କରିଛି । ପୋଲିସ କହିଛି ଯେ ପ୍ରାଥମିକ ତଦନ୍ତରୁ ଏହା ବ୍ୟକ୍ତିଗତ ମାମଲା ଜଣାପଡ଼ୁଛି, କିନ୍ତୁ ସବୁ ଦିଗରୁ ତଦନ୍ତ କରାଯାଇଛି ।

Leave a Reply

Your email address will not be published. Required fields are marked *