Panchayatraj minister

ଆସନ୍ତା ୧୪ରେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଘର: ପଞ୍ଚାୟତିରାଜ ମନ୍ତ୍ରୀ

Spread the love

ଭୁବନେଶ୍ୱର:ରାଜ୍ୟର ଗରିବ ଓ ଗୃହହୀନ ପରିବାରଙ୍କ ପାଇଁ ଖୁସି ଖବର। ଆସନ୍ତା ୧୪ ତାରିଖରେ ରାଜ୍ୟରେ ଅତିରିକ୍ତ ୨ ଲକ୍ଷ ୯୧ ହଜାର ୬୬୬ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଆବଣ୍ଟନ କରାଯିବ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ।ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟରେ ଏହି ଆବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ହିତାଧିକାରୀଙ୍କୁ ଘର ଆବଣ୍ଟନ କରିବେ।

ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ। କେବଳ ବଲାଙ୍ଗିର ନୁହେଁ, ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ଏକକାଳୀନ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହାଦ୍ୱାରା ଗରିବ ପରିବାରଙ୍କ ମୁଣ୍ଡ ଉପରେ ପକ୍କା ଛାତର ସ୍ୱପ୍ନ ସାକାର ହେବାକୁ ଯାଉଛି।ମନ୍ତ୍ରୀଙ୍କ ସୂଚନା ମୁତାବକ, ପୂର୍ବରୁ ରାଜ୍ୟରେ ଆବାସ ଯୋଜନାରେ ୪ ଲକ୍ଷ ଏବଂ ଅନ୍ତ୍ୟୋଦୟ ଯୋଜନାରେ ୫ ଲକ୍ଷ ଘର ମିଳିଛି। ଏବେ ଅତିରିକ୍ତ ୨ ଲକ୍ଷ ୯୧ ହଜାର ୬୬୬ ଘର ଆବଣ୍ଟନ ହେବା ଫଳରେ ଆବାସ ଯୋଜନାରେ ଆଉ ଏକ ବଡ଼ ସଫଳତା ଯୋଡ଼ି ହେବାକୁ ଯାଉଛି।

Leave a Reply

Your email address will not be published. Required fields are marked *