69 2 1024x576

ହଂସୁଆ ପୋଲ ତଳୁ ମୃତଦେହ ଉଦ୍ଧାର

Spread the love

କେନ୍ଦ୍ରାପଡ଼ା : ରାଜନଗର ହଂସୁଆ ସେତୁର ଡିଆପାରି ନିକଟରେ ପଚି ଯାଇଥିବା ଏକ ଅଜଣା ଶବକୁ ଖବର ପାଇ ପୁଲିସ ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର କରିଛି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଏହି ଗଳିତ ଶବକୁ ନଦୀରୁ ବାହାର କରି ପୋଲ ଉପରକୁ ଆଣିଛନ୍ତି। ଏନେଇ ରାଜନଗର ଥାନା ଆଇଆଇସି ରତିରଞ୍ଜନ ନାୟକଙ୍କୁ ପଚାରିବାରୁ ହଂସୁଆ ସେତୁ ତଳେ ଏକ ଅଜଣା ଶବ ନଦୀରେ ଭାସୁଥିବା ଖବର ପାଇ ଦେଖିବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲୁ। ଅଗ୍ନିଶମ ବାହିନୀ କର୍ମୀମାନେ ଆସି ଶବଟିକୁ ଉଦ୍ଧାର କରି ଉପରକୁ ଆଣିଛନ୍ତି। ଶବଟି କେଉଁଠୁ ଆସିଲା ଓ କାହାର ଅନୁସନ୍ଧାନ ଚାଲିଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *