Image 2026 11 07T132946.044

ଚାଲାଣ ବେଳେ ୨୩୦ଟି କଇଁଛ ଉଦ୍ଧାର

Spread the love

ପିପିଲି : ପିପିଲି ପୁଲିସକୁ ମିଳିଛି ବଡ଼ ସଫଳତା। ଶୁକ୍ରବାର ବିଳମ୍ବିତ ରାତିରେ ଏକ କାର୍‌ରେ ବେଆଇନ ଭାବେ କଇଁଛ ଚାଲାଣ ହେଉଥିବା ସମ୍ପର୍କରେ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀଙ୍କ ନେତୃତ୍ୱରେ ପିପିଲି ଟୋଲଗେଟ ଠାରେ ପୁଲିସ ତୁରନ୍ତ ଚଢ଼ାଉ କରି କାର୍‌ଟିକୁ ଅଟକାଇ ଯାଞ୍ଚ କରିଥିଲା।
ଯାଞ୍ଚ ସମୟରେ ଉକ୍ତ କାର୍‌ରୁ ୨୩୦ଟି ଜୀବନ୍ତ କଇଁଛ ଉଦ୍ଧାର କରାଯିବା ସହ ଏହି ବେଆଇନ ଚାଲାଣରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଧରାଯାଇଥିଲା। ଉଦ୍ଧାର କରାଯାଇଥିବା ୨୩୦ଟି ଜୀବନ୍ତ କଇଁଛ ଏବଂ ଚାଲାଣରେ ବ୍ୟବହୃତ କାର୍‌କୁ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ସମ୍ପର୍କରେ ଆଇଆଇସି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି। କଇଁଛ ଚୋରା ଚାଲାଣରେ ସମ୍ପୃକ୍ତ ଦୁଇ ବ୍ୟକ୍ତିଙ୍କୁ ମଧ୍ୟ ବନବିଭାଗକୁ ପୁଲିସ ହସ୍ତାନ୍ତର କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ ଅନ୍ତର୍ଗତ ପୂର୍ବ ମେଦିନାପୁର ଅଞ୍ଚଳର ମଦନ କୁମାର ମାଈତି ଓ ଗୌତମ ଜେନା ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି। ଉକ୍ତ କଇଁଛ ଗୁଡିକୁ ପୁରୀ ଜିଲାରୁ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *