ମଧୁବାବୁ ପେନସନ ଯୋଜନାରେ ସାମିଲ ହେଲେ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ
ଭୁବନେଶ୍ୱର: ଅପେକ୍ଷାର ଘଟିଲା ଅନ୍ତ। ଖୁବ୍ଶୀଘ୍ର ହିତାଧିକାରୀଙ୍କୁ ମିଳିବ ଭତ୍ତା। ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ୍ ଯୋଜନାରେ ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ଭତ୍ତା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ହୀତାଧିକାରୀଙ୍କୁ ଗତ ଅକ୍ଟୋବର ମାସରୁ ଭତ୍ତା ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ୫ ଲକ୍ଷ ୫ ହଜାର ୮୧୭ ଜଣ ନୂଆ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନା (Madhu Babu Pension Yojana) ଅଧୀନରେ ଭତ୍ତା ପ୍ରଦାନ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ବର୍ଷ ଧରି ଅପେକ୍ଷା କରି ରହିଥିବା ଯୋଗ୍ୟ ଆବେଦନକାରୀଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି।
