Delhi

ଦୀପାବଳି ପୂର୍ବରୁ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ଭୟଙ୍କର, ଲାଗୁ ହେଲା ଗ୍ରାପ୍‌-୩ କଟକଣା

Spread the love

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଦିଲ୍ଲୀରେ ପ୍ରଦୂଷଣର ଭୟଙ୍କର ସ୍ଥିତି । ବିଷାକ୍ତ ହେଉଛି ରାଜଧାନୀର ବାୟୁମଣ୍ଡଳ । ଦିନକୁ ଦିନ ଖରାପ ହେଉଛି ବାୟୁର ମାନ । ସ୍ଥିତି ଏତେ ସାଂଘାତିକ ହୋଇଛି ଯେ, ଦିଲ୍ଲୀ-ଏନ୍‌ସିଆର୍‌ରେ ଲାଗୁ ହୋଇଛି ଗ୍ରାପ୍‌-୩ କଟକଣା । ନିର୍ମାଣ ଓ ଭଙ୍ଗା କାର୍ଯ୍ୟ ଉପରେ ଲାଗିଛି କଟକଣା । ପ୍ରଦୂଷଣ ରୋକିବାକୁ ସିଏକ୍ୟୁଏମ୍‌ର ଏହି ବଡ଼ ପଦକ୍ଷେପ ନିଆଯାଇଛି ।

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏବେ ଚିନ୍ତାଜନକ ସ୍ଥିତିରେ । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ୪୦୦ ଅତିକ୍ରମ କରିଛି । ଯାହାକୁ ନେଇ ପ୍ରଶାସନ ଚିନ୍ତାରେ ରହିଛି । ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଦିଲ୍ଲୀ-ଏନ୍‌ସିଆର୍‌ରେ ଲାଗୁ କରାଯାଇଛି ଗ୍ରାପ୍‌ର ତୃତୀୟ ପର୍ଯ୍ୟାୟ । ନଭେମ୍ବର ୬ ତାରିଖରେ କମିସନ ଫର୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ ବା ସିଏକ୍ୟୁଏମ୍‌ର ସବ୍‌କମିଟି ଏହି ନିଷ୍ପତ୍ତି ନେଇଛି । ‘ଏକ୍ସ’ ଆକାଉଣ୍ଟ ଜରିଆରେ ଏହି ସୂଚନା ଦିଆଯାଇଛି । ଗ୍ରାପ୍‌-୩ କଟକଣା ଅନୁଯାୟୀ, ଧୂଳି ସୃଷ୍ଟି କରୁଥିବା ବିଭିନ୍ନ ନିର୍ମାଣ ଓ ଭଙ୍ଗା କାର୍ଯ୍ୟ ଉପରେ ରୋକ୍ ଲାଗିଛି । ମାଟି ଖୋଳିବା, ପାଇଲିଂ, ଇଟା କାମ, ସଡ଼କ ନିର୍ମାଣ ଏବଂ ବଡ଼ଧରଣର ୱେଲ୍ଡିଂ କାର୍ଯ୍ୟ ମଧ୍ୟ ବନ୍ଦ ରହିବ । ଏପରିକି ନୂଆ ରାସ୍ତାରେ ନିର୍ମାଣ ସାମଗ୍ରୀ ପରିବହନ ଉପରେ ମଧ୍ୟ କଟକଣା ଲଗାଯାଇଛି । ତେବେ ରେଳବାଇ, ମେଟ୍ରୋ, ବିମାନବନ୍ଦର, ହସ୍ପିଟାଲ ଏବଂ ଜାତୀୟ ସୁରକ୍ଷା ସହ ଜଡ଼ିତ ଜରୁରୀ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପାଳନ ସହ କାର୍ଯ୍ୟ ଜାରି ରଖିବାକୁ ଅନୁମତି ମିଳିଛି ।

Leave a Reply

Your email address will not be published. Required fields are marked *