Screenshot 2026 11 05 154841 300x172

ଭଣଜାର ତେଣ୍ଟା ଚୋଟରେ ମାମୁଁ ମୃତ

Spread the love

ଆଳି : ଭଣଜାର ତେଣ୍ଟା ମାଡ଼ରେ ମାମୁଁ ମୃତ । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ମହାସାହାଣୀ କେଳାବସ୍ତିରେ । ମୃତକ ହେଲେ ଗିରିଧାରୀ ଦାସ । ଭଣଜାର ଅପରାଧିକ କାର୍ଯ୍ୟକଳାପକୁ ବିରୋଧ କରିବାରୁ ଗିରିଧାରୀଙ୍କୁ ଭଣଜା ଓ ସମ୍ପର୍କୀୟ ପୁତୁରା ହତ୍ୟାକରିଥିବା ନେଇ ଆଳି ଥାନାରେ ଅଭିଯୋଗ ହୋଇଛି ।

ପୋଲିସ ଅଭିଯୁକ୍ତ କାରେନ୍ ଦାସକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅନ୍ୟଜଣେ ଅଭିଯୁକ୍ତ ଫେରାର ଅଛି। ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *