ବିଲରୁ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର
କଳାହାଣ୍ଡି: କଳାହାଣ୍ଡିରେ କ୍ରୂରତା । ଯୁବକଙ୍କୁ ହତ୍ୟା ପରେ କାଟିନେଲେ ମୁଣ୍ଡ । ଲଡୁଗାଁ-ସୁପାଡ଼ ରାସ୍ତାରେ ରକ୍ତାକ୍ତ କାଣ୍ଡ । ବିଲ ମଝିରୁ ମିଳିଲା ରାଜୁ ବାଗଙ୍କ ମୁଣ୍ଡବିହୀନ ମୃତଦେହ । କଟାମୁଣ୍ଡ ଗଲା କୁଆଡ଼େ? କୋକସରାରେ ଯୁବକଙ୍କୁ ବୀଭତ୍ସ ହତ୍ୟା ପରେ ପୋଲିସର ସର୍ଚ୍ଚ ଅପରେସନ ।
ହତ୍ୟାକାଣ୍ଡର ଭୟଙ୍କର ରୂପ। ମୁଣ୍ଡ ନାହିଁ, ଶରୀର ପଡ଼ିଛି ବିଲରେ । ଯୁବକଙ୍କ ମୁଣ୍ଡବିହୀନ ମୃତ ଦେହ ଉଦ୍ଧାର । କଳାହାଣ୍ଡି କୋକସରା ଥାନା ଅନ୍ତର୍ଗତ ଲଡୁଗାଁ-ସୁପାଡ ରାସ୍ତା ମଝିରେ ଥିବା ଏକ ଚାଷ ଜମିରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ଯୁବକ ଜଣକ ଲଡୁଗାଁ ଗ୍ରାମର ରାଜୁ ବାଗ ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ମୃତ ଯୁବକଙ୍କ କଟାମୁଣ୍ଡର କୌଣସି ସନ୍ଧାନ ମିଳିନାହିଁ। ପୋଲିସ କଟାମୁଣ୍ଡକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛି ।
