Jagannath temple 696x399

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା; ଘଣ୍ଟାକୁ ଦର୍ଶନ କରିବେ ୧୦ ହଜାର ଶ୍ରଦ୍ଧାଳୁ

Spread the love

ପୁରୀ: ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଅଧିକ ସୁବ୍ୟବସ୍ଥିତ କରିବା ସହ ଭିଡ଼ ନିୟନ୍ତ୍ରଣ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା ହୋଇଛି। ଏହି ବ୍ୟବସ୍ଥା ଦ୍ୱାରା ଘଣ୍ଟାକ ମଧ୍ୟରେ ପ୍ରାୟ ୧୦ ହଜାର ଭକ୍ତ ଦର୍ଶନ କରିପାରିବେ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ଯୋଜନା ଅନୁଯାୟୀ, ସାତପାହାଚ ପରେ ଗରୁଡ଼ ସ୍ତମ୍ଭରୁ ବାହାର କାଠ ମଧ୍ୟରେ ଧାଡ଼ି ଦର୍ଶନର ବ୍ୟବସ୍ଥା କରାଯିବ। ତେବେ ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ପ୍ରସ୍ତାବିତ ବ୍ୟବସ୍ଥାର ପରିଦର୍ଶନ କରିବେ। ସେମାନଙ୍କ ଅନୁଧ୍ୟାନ ଓ ମତାମତ ପରେ ହିଁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ।ଏହି ନୂତନ ବ୍ୟବସ୍ଥା ଲାଗୁ ହେଲେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ସହ ଦର୍ଶନ ପ୍ରକ୍ରିୟା ଅଧିକ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ହୋଇପାରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *