ପାଉଁଶ ପରିବହନକୁ ନେଇ ରାଇଜ୍ ଅଫିସ୍ରେ ଗୁଳିକାଣ୍ଡ, ଜଣେ ମୃତ
ସୁନ୍ଦରଗଡ଼: ଭସ୍କା ଥାନା ଅନ୍ତର୍ଗତ ଦର୍ଲିପାଲି ଏନଟିପିସି (NTPC) ଅଞ୍ଚଳରେ ପାଉଁଶ ପରିବହନ (Fly Ash Transportation) କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ବିବାଦ ଉଗ୍ର ରୂପ ନେଇଛି। ଗତକାଲି ଦରଲିପାଲି ରାଇଜ୍ ଅଫିସ୍ରେ ୟୁଏଫ୍ଟିଓଏର କିଛି କର୍ମକର୍ତ୍ତା ପଶି ମାରପିଟ୍ କରିବା ସହ ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି । ଏଏହି ଘଟଣାରେ ଗୁଳିମାଡ଼ ମଧ୍ୟ ହୋଇଛି। ଗୁଳିମାଡ଼ ଯୋଗୁଁ ସୁନୀଲ ନେଟି ନାମକ ଜଣେ ୨୯ ବର୍ଷୀୟ ଯୁବକଙ୍କର ମୃତ୍ୟୁ ଘଟିଛି।
