River

ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ଆଶଙ୍କା: ବଢୁଛି ଜଳକା, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀର ଜଳସ୍ତର

Spread the love

ଜଳେଶ୍ଵର: ପୁଣି ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା । ଫୁଲୁଛି ଜଳକା ଓ ସୁବର୍ଣ୍ଣରେଖା । ବଢୁଛି ବୁଢାବଳଙ୍ଗ । ଲଗାଣ ବର୍ଷା ଯୋଗୁ ବିପଦ ସଙ୍କେତ ଉପରେ ଜଳକା । ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୬.୭୮ ମିଟରରେ ପ୍ରବାହିତ ହେଉଛି । ସେପଟେ ଝାଡ଼ଖଣ୍ତର ଗାଲୁଡିହି ବ୍ୟାରେଜରୁ ପାଣି ଛଡା ଯିବା ପରେ ଫୁଲୁଛି ସୁବର୍ଣ୍ଣରେଖା । ରାଜଘାଟ ଠାରେ ସତର୍କ ସଙ୍କେତ ୯.୪୫ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୧୦.୧୫ ମିଟରରେ ପ୍ରବାହିତ ହେଉଛି ।

ବିପଦ ସଙ୍କେତ ଉପରେ ପ୍ରବାହିତ ବୁଢ଼ାବଳଙ୍ଗ ନଦୀ । ଜାତୀୟ ରାଜପଥ ନିକଟରେ ୮.୫୦ମିଟର ଉପରେ ପ୍ରବାହିତ ହେଉଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର । ବୁଢ଼ାବଳଙ୍ଗ ନଦୀର ବିପଦ ସଙ୍କେତ ୮.୧୩ ମିଟର ରହିଥିବା ବେଳେ ସତର୍କ ସଙ୍କେତ ରହିଛି ୭.୨୧ ମିଟର । ବୁଢ଼ାବଳଙ୍ଗ ନଦୀରେ ବନ୍ୟା ପରିସ୍ଥିତି । ବାଲେଶ୍ଵର ସହରର ଚୁନଭାଟି ,ବାରବାଟୀ , ଦୌଡି ଭଙ୍ଗା , ବେହେରା ସାହି , ଓଲନ୍ଦାଜ୍ ସାହି ଜଳମଗ୍ନ ହେବାସହ ବାଲେଶ୍ଵର ସହର ସହ ୧୦ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତଳିଆ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରିଛି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ମଧ୍ୟ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀ କୂଳିଆ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *