ଇସ୍ତଫା ଦେବେନି ଜ୍ଞାନେଶ କୁମାର, ବିରୋଧୀଙ୍କୁ ଜୟନାରାୟଣ ମିଶ୍ରଙ୍କ କଡ଼ା ଜବାବ
ଭୁବନେଶ୍ୱର : ବିରୋଧୀ ଦଳଙ୍କୁ ବିଜେପି ଜୟନାରାୟଣ ମିଶ୍ରଙ୍କ କଡ଼ା ଜବାବ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଇସ୍ତଫା ଦେବେ ନାହିଁ । ସେ କୌଣସି ଭୁଲ କରିନାହାନ୍ତି । ବିରୋଧୀ ଯାହା କହିଲେ ହେବ କି ? ବିରୋଧୀ ଯେଉଁ କଥା କହୁଛନ୍ତି, ତାହାର କୌଣସି ଗୁରୁତ୍ୱ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟ ନିର୍ବାଚନ କମିଶନର ତାଙ୍କ କାମ କରୁଛନ୍ତି । ବିଦେଶୀ ନାଗରିକ କାହିଁକି ଭୋଟ ଦେବେ ? ତାଙ୍କ ନାଁ କଟା ହୋଇ ଭଲ ହୋଇଛି । ବିଜେଡି-କଂଗ୍ରେସ ଗୋଟିଏ । ଆଗକୁ ମେଣ୍ଟ କରି ନିର୍ବାଚନ ଲଢିବେ । ବିଜେପି ଯେତେବେଳେ ବିରୋଧୀ ଦଳରେ ଥିଲା, ଅନେକ ବିଜେଡି ମନ୍ତ୍ରୀଙ୍କ ଇସ୍ତଫା ମାଗିଥିଲା । ଗୃହରେ ତଥ୍ୟ ଉପସ୍ଥାପନ କରିଥିଲା । ସେମାନେ ଇସ୍ତଫା ଦେଇଥିଲେ କି ? ଅନେକ ଦୁର୍ନୀତିରେ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅନ୍ୟ ନେତା ଏବଂ ଅଫିସରଙ୍କ ଇସ୍ତଫା ମାଗିଥିଲା ଦଳ । ସେମାନେ ଇସ୍ତଫା ଦେଇଥିଲେ କି ?
ସେହିପରି ନବ ଦାସଙ୍କ ହତ୍ୟାକାଣ୍ଡରେ ଆମେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲୁ । କିଏ ଇସ୍ତଫା ଦେଇଥିଲା କି ? ଯିଏ ଯାହା କହିଦେଲେ, ସେଇୟା ହେବ କି ? ବିରୋଧୀ ସେମିତି ହିଁ କହିବେ ? ସେ କଥାର କୌଣସି ଗୁରୁତ୍ୱ ନାହିଁ । ତେଣୁ ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଇସ୍ତଫା ଦେବେ ନାହିଁ । ସେ କିଛି ଭୁଲ କରିନାହାନ୍ତି । ବିଦେଶୀ ନାଗରିକ ଆମ ଦେଶରେ କାହିଁକି ଭୋଟେ ଦେବେ ? ସେମାନଙ୍କ ନାଁ କଟାଯାଇଛି, ଭଲ ହୋଇଛି । ତାଛଡ଼ା ବିଜେଡି-କଂଗ୍ରେସ ଗୋଟିଏ । ଆଗକୁ ଉଭୟ ମେଣ୍ଟ କରିବେ । ଏକାଠି ନିର୍ବାଚନ ଲଢିବେ । ଜନତା ବିଚାର କରିବେ । ଲୋକଙ୍କ ପାଖରେ ସବୁ ତଥ୍ୟ ବିଜେପି ଉପସ୍ଥାପନ କରୁଛି । ବିଜେପି ହେଉଛି ୨୪ ଘଣ୍ଟିଆ ଏବଂ ୩୬୫ ଦିନିଆ ପାର୍ଟି । ଆମେ ଲୋକଙ୍କ ସହ ଅଛୁ ।
