Bus fire

ଚଳନ୍ତା ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ୧୪ ଯାତ୍ରୀ

Spread the love

ମୁମ୍ବାଇ : ଗ୍ରେଟର ନୋଏଡା ବସ୍ ଅଘଟଣ ପରେ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଗୁରୁବାର ସକାଳେ ଏକ ଦୂରଗାମୀ ବସରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଖବର ଜାଣିପାରି ଡ୍ରାଇଭରଙ୍କ ସତର୍କତା ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୧୪ ଯାତ୍ରୀ । ଡ୍ରାଇଭର ବସର ଏସିରେ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ଗାଡ଼ିକୁ ରୋକି ଦେଇଥିଲେ ଓ ଯାତ୍ରୀମାନଙ୍କୁ ଗାଡ଼ିରୁ ବାହାରି ଯିବାକୁ କହିଥିଲେ ।

ଖବର ମୁତାବକ, ରାଜସ୍ଥାନର ଉଦୟପୁରରୁ ପୁଣେ ଯାଉଥିବା ବସ୍ ସକାଳ ପ୍ରାୟ ୭ଟା୨୫ ମିନିଟ ସମୟରେ ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ଡ୍ରାଇଭର ଗାଡ଼ିର ଏସିରୁ ଧୂଆଁ ବାହାରୁଥିବା ଦେଖିଥିଲେ । ଡ୍ରାଇଭର ଗାଡ଼ି ରୋକି ଯାତ୍ରୀମାନଙ୍କୁ ବାହାରକୁ ବାହାର କରିଥିଲେ । ବସରେ ଥିବା ଏକ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଦ୍ରୁତଗତିରେ ଚାରିଆଡ଼େ ବ୍ୟାପି ଯାଇଥିଲା । ଏହାପରେ ତୁରନ୍ତ ଫୋନ କରି ଅଗ୍ନିଶମ ଟିମକୁ ଜଣାଇଥିଲେ ।

ଏହାପରେ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର ନ୍ୟୁ ପାନଭେଲରୁ ଦୁଇଟି ଅଗ୍ନିଶମ ଗାଡ଼ି ଓ ଖୋପୋଲି ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳକୁ ପଠାଯାଇ ନିଆଁ ଲିଭାଯାଇଥିଲା । ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା ।

ସୂଚନାଯୋଗ୍ୟ, ଯମୁନା ଏକ୍ସପ୍ରେସୱେର ଜେୱର ଅଞ୍ଚଳର ଦୟାନତପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ବସ୍‌ଟି ଗ୍ରେଟର ନୋଏଡାରୁ ଆଗ୍ରା ଅଭିମୁଖେ ଯାଉଥିବା ବେଳେ ହଠାତ୍‌ ଏଥିରେ ନିଆଁ ଲାଗିଯାଇଥିଲା ଏବଂ ନିଆଁରେ ସମ୍ପୂର୍ଣ୍ଣ ବସ୍‌ଟି ଜଳିଯାଇଥିଲା । ଏହି ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜୀବନ ବଞ୍ଚାଇବା ପାଇଁ ଅନେକ ଯାତ୍ରୀ ବସ୍‌ରୁ ଡେଇଁ ପଡ଼ିଥିଲେ । ବସ୍‌ରେ ନିଆଁ ଲାଗିଥିବା କାରଣରୁ ଜେୱର ଟୋଲ୍‌ ଏବଂ ଫଲୈଦା କଟ୍‌ ନିକଟରେ ଅଧଘଣ୍ଟାରୁ ଅଧିକ ସମୟ ଧରି ଯାତାୟାତ ବନ୍ଦ ରହିଥିଲା ।

Leave a Reply

Your email address will not be published. Required fields are marked *