Swan1

ଆସନ୍ତାକାଲିଠୁ ଭୁବନେଶ୍ବରରେ ଦୁଇ ଦିନିଆ ବ୍ଲାକସ୍ବାନ ସମିଟ୍ କାର୍ଯ୍ୟକ୍ରମ

Spread the love

ଭୁବନେଶ୍ବର: ଓଡିଶାକୁ ବିଶ୍ବସ୍ତରୀୟ ଡିଜିଟାଲ ଫାଇନାନ୍ସ ହବ୍ କରିବା ଲକ୍ଷ୍ୟରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବ୍ଲାକସ୍ବାନ ସମିଟ୍ । ଭୁବନେଶ୍ବରରେ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମିଟ୍ ରେ ଅର୍ଥନୀତି, ଟେକ୍ନଲୋଜି, ଶିକ୍ଷା ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ୧୦୦ରୁ ଅଧିକ ଜାତୀୟ ଓ ବିଶ୍ବସ୍ତରୀୟ ନେତୃତ୍ବ ଯୋଗ ଦେବ । ବିଶ୍ବସ୍ତରୀୟ ଉଦ୍ୟୋଗୀ, ନିବେଶକାରୀ ଓ ନୀତି ନିର୍ଦ୍ଧାରକମାନେ ଗୋଟିଏ ମଞ୍ଚରେ ଏକାଠି ହେବେ ।

୧୦୦୦ରୁ ଅଧିକ ପ୍ରତିନିଧି ଏଥିରେ ସାମିଲ ହେବେ । ଏହି ସମିଟ୍ ରେ ନିଯୁକ୍ତି, ଚାକିରୀ, ଦକ୍ଷତା ଏବଂ ବିଶ୍ବ ଦକ୍ଷତା କେନ୍ଦ୍ର ଉପରେ ଏଆଇର ପ୍ରଭାବ ବିଷୟବସ୍ତୁ ଉପରେ ମାନସମନ୍ଥନ ହେବ। ରାଜ୍ୟ ସରକାର ଏବଂ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନଲୋଜି ନେଟୱର୍କ ମିଳିତ ସହଯୋଗରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି ।  ଏହି ସମିଟ୍ ରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *