1745305509019 rabi naik 750x430

ଜାନୁଆରୀରେ ୧୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପକ୍କା ଘର: ପଞ୍ଚାୟତିରାଜ ମନ୍ତ୍ରୀ

Spread the love

ଭୁବନେଶ୍ୱର: ସୁଲଭ ଗୃହ ନିର୍ମାଣ ପାଇଁ ପ୍ରୋତ୍ସାହନ ସ୍ୱରୂପ ଓଡ଼ିଶା ସରକାର ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଅଧୀନରେ ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ହସ୍ତାନ୍ତର କରିବେ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଶୁକ୍ରବାର ଦିନ କହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ଉନ୍ନତି ପାଇଁ ନୂତନ ବର୍ଷର ଭେଟି ଭାବରେ ହିତାଧିକାରୀମାନେ କେନ୍ଦ୍ରର ପ୍ରମୁଖ ଗୃହ ଯୋଜନା ଅଧୀନରେ ଘର ପାଇବେ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏପର୍ଯ୍ୟନ୍ତ ପ୍ରାୟ ୩୭ ଲକ୍ଷ ଆବେଦନ ମଧ୍ୟରୁ ପ୍ରାୟ ୩୪ ଲକ୍ଷ ହିତାଧିକାରୀଙ୍କୁ ସର୍ଟଲିଷ୍ଟ କରାଯାଇଛି। ଏହାବ୍ୟତୀତ ଉକ୍ତ ତାଲିକା ଗୁଡ଼ିକୁ ଅନୁମୋଦନ ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *