Body

ନଦୀକୂଳରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

Spread the love

ବାଙ୍ଗିରିପୋଷି : ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ତରବରିଆ ଭାବେ ଚାଲିଥିଲା ଶବ ସଂସ୍କାର । ଅଟକାଇଲେ ସ୍ଥାନୀୟ ଲୋକେ । ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ ମୁଣ୍ଡାକଟା ଗ୍ରାମର ପ୍ରାୟ ୬୦ ବର୍ଷୀୟା ନନ କର । ସୂଚନା ଅନୁଯାୟୀ, ଶନିବାର ସକାଳେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ନୂଆବସାଣ ନଦୀକୂଳରୁ ଜଣେ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି ।

ସ୍ଥାନୀୟ ଲୋକେ ନୂଆବସା ନଦୀପଠାକୁ ଶୌଚ ପାଇଁ ଯାଇଥିବା ବେଳେ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ଶବ ଠାବ କରିଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ତରବରିଆ ଭାବେ ଉଠାଇ ନେଇ ଦାହ ସଂସ୍କାର କରିବାକୁ ଉଦ୍ୟମ କରିଥିଲେ। ହେଲେ ସ୍ଥାନୀୟଲୋକେ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ସନ୍ଦେହ କରି ଶବ ଦାହ ରୋକିଥିଲେ । ଘଟଣାସ୍ଥଳରୁ ରକ୍ତଭିଜା ପଥର, ପାଣି ବୋତଲ, ଜୋତା, ଟର୍ଚ୍ଚ ଏବଂ ଅର୍ଦ୍ଧଦଗ୍ଧ ଶାଢ଼ୀ ଆଦି ସାମଗ୍ରୀ ଜବତ ହୋଇଛି । ବାଙ୍ଗିରିପୋଷି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *