Woman

ମଦ ଦୋକାନ ଆଗରେ ଧାରଣାରେ ବସିଥିବା ବେଳେ ମହିଳାଙ୍କୁ ମାଡ଼

Spread the love

ପୁରୀ: ମହିଳାଙ୍କୁ ମଦ୍ୟପ ଯୁବକଙ୍କ ମାଡ଼ । ମଦ ଦୋକାନକୁ ବିରୋଧ କରି ଦୋକାନ ସମ୍ମୁଖରେ ବସିଥିବା ଜଣେ ମହିଳାଙ୍କୁ ମାଡ଼ ମାରି ଆହତ କରିଛନ୍ତି ମଦ୍ୟପ ଯୁବକ । ଆହତ ମହିଳା ହେଉଛନ୍ତି ଅଠରନଳାର ଦୀପାଳି ପାତ୍ର । ପୁରୀର ପ୍ରବେଶ ପଥ ଅଠରନଳା ନିକଟରେ ନୂଆ କରି ଖୋଲିଥିବା ଥିବା ମଦ ଦୋକାନ ସମ୍ମୁଖରେ ଶତାଧିକ ମହିଳା ବିରୋଧ କରୁଥିଲେ ।

ଏହି ସମୟରେ ବିଜୟ କୁମାର ବାରିକ ମଦ୍ୟପାନ କରିବା ସହ ମଦ କିଣିବାପାଇଁ ସେହି ସ୍ଥାନକୁ ଆସିଥିଲେ । ସେହି ସମୟରେ ମହିଳା ମାନେ ବିରୋଧ କରିବାରୁ ମହିଳା ଦୀପାଳି ପାତ୍ରଙ୍କ ଉପରେ ଆକ୍ରମଣ କରିଥିଲେ । ଯାହାଫଳରେ ଦୀପାଳି ଆହତ ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସଦର ଥାନାରେ ବିଜୟ କୁମାର ବାରିକ ନାମରେ ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *