Bulgeria

ବୁଲଗେରିଆରେ ପରସ୍ପର ସହିତ ଧକ୍କା ହେଲା ୫୦ ଗାଡ଼ି, ୧୧ ମୃତ

Spread the love

ବୁଲଗେରିଆ : ବୁଲଗେରିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୂର୍ବ ବୁଲଗେରିଆରେ ଘନ କୁହୁଡି ମଧ୍ୟରେ ହାଇୱେରେ ପ୍ରାୟ ୫୦ରୁ ଅଧିକ ଗାଡ଼ି ପରସ୍ପର ସହ ଧକ୍କା ହୋଇଥିଲା । ଏହି ଘଟଣାରେ ଅତିକମରେ ୧୧ ଜଣ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ରୁମେନ ରାଦେବ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ଘଟଣା ବିଷୟରେ ସୂଚନା ପାଇବା ପରେ ପୋଲିସ, ଦମକଳ ବିଭାଗ ଏବଂ ଆମ୍ବୁଲାନ୍ସ ଟିମ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲା । ହାଇଓେ୍ବରେ ୬ ଲେନ୍ କାର୍ ଏବଂ ଟ୍ରକ ପରସ୍ପର ସହିତ ଧକ୍କା ହୋଇଥିଲା । ୫୦ରୁ ଅଧିକ ଗାଡ଼ି ପରସ୍ପର ସହିତ ଧକ୍କା ହୋଇଥିଲା । କିଛି ଗାଡ଼ି ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ କିଛି ଗାଡ଼ି ଓଲଟି ପଡ଼ିଥିଲା । ଏହି ଘଟଣାରେ ଅତିକମରେ ୧୧ ଜଣ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି ।

ବୁଲଗେରିଆ ଗୃହ ମନ୍ତ୍ରଣାଳୟ ମୁତାବକ, ଦୁର୍ଘଟଣାରେ ୫୦ ଜଣ ଲୋକ ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଉଦ୍ଧାରକାରୀ ଦଳ ଆହତଙ୍କ ସହାୟତା କରିବା ସହିତ ସ୍ଥିତି ସମ୍ଭାଳୁଛନ୍ତି । ଆହତଙ୍କୁ ତୁରନ୍ତ ହସପିଟାଲରେ ପହଞ୍ଚାଇବା ପାଇଁ ବିମାନ ନିୟୋଜିତ ହୋଇଛି । ପ୍ରଧାନମନ୍ତ୍ରୀ ନିଜେ ଦୁର୍ଘଟଣା ସ୍ଥଳକୁ ଯିବାକୁ ଯୋଜନା କରୁଛନ୍ତି ।

Leave a Reply

Your email address will not be published. Required fields are marked *