Railway Track

ରେଳ ଧାରଣାରୁ ITI ଛାତ୍ରଙ୍କ ମୃତଦେହ ଉଦ୍ଧାର

Spread the love

କଟକ: ରେଲୱେ ଟ୍ରାକରୁ ମିଳିଲା ଛାତ୍ରଙ୍କ ମୃତଦେହ । କଟକ ଖାନନଗର ନିକଟ ରେଳ ଧାରଣା ଉପରେ ଆଇଟିଆଇ ଛାତ୍ରଙ୍କ ମୃତଦେହ ଉଦ୍ଧାର । ସକାଳୁ ଘରୁ ବାହାରି କଟକ ଅଭିମୁଖେ ଆସିଥିଲେ । ମୃତକଯାଜପୁର ବାଲିଚନ୍ଦ୍ରପୁର ଗଜେନ୍ଦ୍ରପୁର ଗାଁର ଦେବେନ୍ଦ୍ର ଜେନା । ଘଟଣାସ୍ଥଳରେ ମଧୁପାଟଣା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ତଦନ୍ତ ଜାରି ରଖିଛି କଟକ ରେଳବାଇ ଥାନା ପୋଲିସ ।

ଅନ୍ୟପଟେ ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଦେବେନ୍ଦ୍ରଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା? ସେ ନିଜେ ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଛନ୍ତି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି? ଏହା ଆତ୍ମହତ୍ୟା ନା ହତ୍ୟା, ସେନେଇ ତଦନ୍ତ ଚାଲିଛି। କଟକ ରେଳବାଇ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ । ଜଣେ ଯୁବ ଛାତ୍ରଙ୍କ ଏଭଳି ମୃତ୍ୟୁକୁ ନେଇ ପରିବାର ଓ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *