Road accident 300x196

ସ୍କୁଟିକୁ ଧକ୍କା ଦେଲା ଟ୍ରାକ୍ଟର, ଦୁଇ ମୃତ

Spread the love

ମାଲକାନାଗିରି: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଅନ୍ୟ ଜଣେ ଯୁବକ ଗୁରୁତର । ସ୍କୁଟି ଏବଂ ବାଲି ବୋଝେଇ ଟ୍ରାକ୍ଟର ମଧ୍ୟରେ ଧକ୍କା । ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲା ତାର୍ଲାକୋଟା ପଞ୍ଚାୟତ ମହୁଲଫୁଟ ଗାଁରେ ଏହି ଦୁର୍ଘଟଣା ଘଟିଛି । ଦୁଇ ଜଣ ଯୁବକ ସହ ସେମାନଙ୍କ ସମ୍ପର୍କୀୟ ମାମୁଙ୍କ ସହ ଏକ ସ୍କୁଟି ଯୋଗେ ସମନାଥପୁର ସ୍କୁଲ ଛକ ଦେଇ ଘରକୁ ଫେରୁଥିଲେ । ସେହି ସମୟରେ ଏକ ବାଲି ବୋଝେଇ ଟ୍ରାକ୍ଟର ସହ ସ୍କୁଟିର ଧକ୍କା ହୋଇଥିଲା।

ଘଟଣାସ୍ଥଳରେ ରାଜୁ ଖିଲ ନାମକ ଯୁବକଙ୍କ ମୃତ୍ୟୁ ଘଟିଛି । ଗୁରୁତର ଭାବେ ଆହତ ହୋଇଥିବା ସମ୍ପର୍କୀୟ ମାମୁ ଏବଂ ଯୁବକଙ୍କୁ ତୁରନ୍ତ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସମ୍ପର୍କୀୟ ମାମୁଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତ ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି । ଟ୍ରାକ୍ଟର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଥିବା ବେଳେ ମୃତକଙ୍କ ପରିବାର ଲୋକେ ଓର୍କେଲ ଥାନାରେ ଅଭିଯୋଗ କରିବା ସହ କ୍ଷତିପୂରଣ ଏବଂ ନ୍ୟାୟ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *