Screenshot 2026 11 04

ଆସନ୍ତାକାଲି ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନ; ସୀମାନ୍ତ ଗାଁରେ ହାଇଆଲର୍ଟ

Spread the love
ମାଲକାନଗିରି: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନ ଧରି ଲାଗି ରହିଥିବା ସୀମା ବିବାଦକୁ ନେଇ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଧୂଳିପୁଟ ଓ ଜୁମଡାଙ୍ଗ ଅଞ୍ଚଳରେ ପୁଣି ଉତ୍ତେଜନା ଦେଖାଦେଇଛି।ଆସନ୍ତାକାଲି ନଭେମ୍ବର ୫ ତାରିଖରେ ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶା ସୀମାନ୍ତ ଗ୍ରାମଗୁଡ଼ିକରେ ଆନ୍ଧ୍ରର କିଛି ବ୍ୟକ୍ତି ନିର୍ବାଚନ ପ୍ରଚାର ପାଇଁ ପହଞ୍ଚିବାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଓ ଉତ୍ତେଜନା ବୃଦ୍ଧି ପାଇଥିବା ଜଣାପଡ଼ିଛି।
ସୀମାନ୍ତ ଗ୍ରାମଗୁଡ଼ିକର ପ୍ରକୃତ ପରିଚୟ ଓ ପ୍ରଶାସନିକ ଅଧିକାରକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ରହିଥିବାରୁ ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପକୁ ନେଇ ଓଡ଼ିଶା ପକ୍ଷରୁ ଆପତ୍ତି ଉଠାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଞ୍ଚଳରେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସୀମାନ୍ତ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଯେପରି କୌଣସି ଅପ୍ରୀତିକର ଘଟଣା ନଘଟେ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ଅବନତି ନହୁଏ, ସେଥିପାଇଁ ପୋଲିସ ପ୍ରଶାସନ ସଜାଗ ରହିଛି। ମାଲକାନଗିରି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ପରିସ୍ଥିତି ଉପରେ ନଜର ରଖାଯାଇଥିବା ଏବଂ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଜୁମଡାଙ୍ଗ ଓ ଧୂଳିପୁଟ ଭଳି ସୀମାନ୍ତ ଗ୍ରାମଗୁଡ଼ିକରେ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ଅଭାବ ଦୀର୍ଘଦିନ ଧରି ରହିଆସିଛି। ଏହି ସୁଯୋଗରେ ପଡ଼ୋଶୀ ରାଜ୍ୟର ପ୍ରଶାସନିକ ହସ୍ତକ୍ଷେପ ବଢ଼ୁଥିବା ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଆସିଛି।

Leave a Reply

Your email address will not be published. Required fields are marked *