Sikkim

ସିକ୍କିମରେ ପ୍ରକୃତିର ତାଣ୍ଡବ: ରିମ୍ବି ଗାଁରେ ଭୂସ୍ଖଳନ, ପାହାଡ଼ରୁ ଖସିଲା ମାଟି, ପଥର

Spread the love

ହିମାଚଳ ପ୍ରଦେଶ : ସିକ୍କିମର ଗ୍ୟାଲସିଂ ଜିଲ୍ଲାର ରିମ୍ବି ଗାଁରେ ଭୟଙ୍କର ଭୂସ୍ଖଳନ । ସେପ୍ଟେମ୍ବର ୨୪ ରାତିରେ ଘଟିଥିବା ଏହି ଭୂସ୍ଖଳନ ଯୋଗୁଁ ଅନେକ ଘର ଓ ସରକାରୀ ଆବାସ କ୍ଷତିଗ୍ରସ୍ତ ହୋଇଛି । ପାହାଡ଼ ଉପରୁ ବହୁ ପରିମାଣର ମାଟି, ପଥର ଓ ଆବର୍ଜନା ତଳକୁ ଖସି ଜନବସତି ଅଞ୍ଚଳକୁ ପ୍ରଭାବିତ କରିଥିଲା । ସ୍ଥାନୀୟ ରିପୋର୍ଟ ଅନୁସାରେ, ଭୂସ୍ଖଳନରେ ୩୦ରୁ ଅଧିକ ଘର ପ୍ରଭାବିତ ହୋଇଛି । ଏଥିରେ କିଛି ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିବା ବେଳେ ଅନ୍ୟ କେତେକ ଘର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଭୂସ୍ଖଳନ ପଶ୍ଚିମ ସିକ୍କିମର ରିମ୍ବିରେ ହୋଇଛି ।

ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭୂସ୍ଖଳନ ପରେ ପାହାଡରୁ ପଥର ମାଟି, କାଦୁଅ ବୋହି ଆସି ଜନବସତିକୁ ମାଡ଼ି ଯାଇଛି । ଘଳରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ତେବେ ଏଯାଏଁ କୌଣସି ଜନହାନୀ ଖବର ଆସିନାହିଁ । ବିଦ୍ୟୁତ ବିଭାଗର ସରକାରୀ କ୍ୱାର୍ଟର୍ସ ମଧ୍ୟ ଭୂସ୍ଖଳନର ପ୍ରଭାବରେ ଆସିଛି । ତେବେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ କୌଣସି ଜୀବନହାନି କିମ୍ବା ଆହତ ହେବାର ଖବର ମିଳିନାହିଁ । ପରିସ୍ଥିତିକୁ ଦୃଷ୍ଟିରେ ରଖି କିଛି ପରିବାରଙ୍କୁ ବିପଦପୂର୍ଣ୍ଣ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ପ୍ରଶାସନ ପକ୍ଷରୁ ରିଲିଫ୍ ଓ ରେସ୍କ୍ୟୁ କାର୍ଯ୍ୟ ଉପରେ ନଜର ରଖାଯାଉଛି । ଏହି ଘଟଣାକୁ ନେଇ ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଚିନ୍ତା ପ୍ରକାଶ କରିଛନ୍ତି ।

ସ୍ଥାନୀୟ ପ୍ରଶାସନକୁ ହାଇଆଲର୍ଟରେ ରହିବା ସହ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଲଗାତାର ବର୍ଷା ଯୋଗୁଁ ସିକିମର ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ଘଟଣା ବଢିବାରେ ଲାଗିଛି । ରିମ୍ବି ଅଞ୍ଚଳରେ ମଧ୍ୟ ପୂର୍ବରୁ ଭୂସ୍ଖଳନ ଯୋଗୁଁ ଘର, ରାସ୍ତା ଓ ଅନ୍ୟାନ୍ୟ ସର୍ବସାଧାରଣ ସମ୍ପତ୍ତି ପ୍ରଭାବିତ ହୋଇଥିଲା । ତେଣୁ ତୁରନ୍ତ ରାସ୍ତା ମରାମତି କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ତେଣୁ ପ୍ରଶାସନ ପକ୍ଷରୁ ଜାରି ସତର୍କତା ଓ ସୁରକ୍ଷା ନିର୍ଦ୍ଦେଶ ପାଳନ କରିବା ସହ ବିପଦପ୍ରବଣ ସ୍ଥାନଠାରୁ ଦୂରେ ରହିବାକୁ ଲୋକଙ୍କୁ ଅପିଲ୍ କରାଯାଇଛି ।

Leave a Reply

Your email address will not be published. Required fields are marked *