Nityananda

ପ୍ରଥମରୁ ଅଷ୍ଟମ ବହିରେ ୧,୭୪୧ ତ୍ରୁଟି ଚିହ୍ନଟ; ବିଧାନସଭାରେ ସ୍ୱୀକାର କଲେ ମନ୍ତ୍ରୀ

Spread the love

ଭୁବନେଶ୍ୱର: ପ୍ରଥମ ଥର ପାଇଁ ସତ ମାନିଲେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପ୍ରଥମରୁ ଅଷ୍ଟମ ବହିରେ ୧୭୪୧ ଟି ତ୍ରୁଟି ରହିଛି ବୋଲି ବିଧାନ ସଭାରେ ଲିଖିତ ଭାବରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ପୂର୍ବରୁ ମାଳ ମାଳ ତ୍ରୁଟି ସାମ୍ନାକୁ ଆସିଥିଲେ ମଧ୍ୟ ବାସ୍ତବରେ କେତେ ତ୍ରୁଟି ତାହା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନଥିଲା ।

ଆଜି ବିଧାନସଭାରେ ବିଧାୟକ ଗୌତମବୁଦ୍ଧ ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହାକୁ ସ୍ୱୀକାର କରିଛନ୍ତି ଗଣଶିକ୍ଷାମନ୍ତ୍ରୀ । ୬ ଜଣ ସହ ନିର୍ଦେଶକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ବହି ତ୍ରୁଟି ପାଇଁ ୧୦ଜଣଙ୍କ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ । ରାଜ୍ୟ ଶିକ୍ଷକ ଶିକ୍ଷା ଗବେଷଣା ଏବଂ ତାଲିମ ନିର୍ଦେଶାଳୟର ପୂର୍ବତନ ନିର୍ଦେଶକଙ୍କ ସମେତ ୩ଜଣ ସହ ନିର୍ଦେଶକଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି ।

Leave a Reply

Your email address will not be published. Required fields are marked *