1790176112 vlcsnap 2026 09 23 20h37m45s445

ନଦୀବନ୍ଧରୁ ଅଜଣା ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Spread the love

ସାକ୍ଷୀଗୋପାଳ: ନଦୀବନ୍ଧରୁ ଉଦ୍ଧାର ହେଲା ଅଜଣା ଯୁବତୀଙ୍କ ଗଳିତ ମୃତଦେହ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ। ଘଟଣା ଘଟିଛି ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ କାଳିଆକେରା ଅଞ୍ଚଳରେ । ମୃତ ଯୁବତୀଙ୍କ ବୟସ ପ୍ରାୟ ୨୨ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ପୋଲିସ ପକ୍ଷରୁ ଅନୁମାନ କରାଯାଉଥିବା ବେଳେ ଘଟଣାସ୍ଥଳରୁ ଏକ ଖାଲି ଟ୍ରଲି ବ୍ୟାଗ ଓ ଧଳା ରଙ୍ଗର ଚପଲ ଉଦ୍ଧାର ହୋଇଛି। ଏହାସହ ଟ୍ରଲି ବ୍ୟାଗ ନିକଟରୁ ଇଲେକ୍ଟ୍ରି ତାର ଓ ଯୁବତୀଙ୍କ ଓଢ଼ଣୀ ମିଳିଥିବା ସୂଚନା ମିଳିଛି। ଯୁବତୀଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଏଠାରେ ଫୋପାଡ଼ି ଦିଆଯାଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି।

ତେବେ ଏଯାଏଁ ମୃତ ଯୁବତୀଙ୍କ ପରିଚୟ ମିଳିପାରିନାହିଁ। ଖବର ପାଇ ଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ, ଘଟଣାର ପ୍ରକୃତ କାରଣ ଓ ମୃତ ଯୁବତୀଙ୍କ ପରିଚୟ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ଘଟଣାଟି ହତ୍ୟା ନା ଅନ୍ୟ କୌଣସି କାରଣରୁ ଯୁବତୀଙ୍କ ମୃତ୍ୟୁ ହୋଇଛି, ତାହା ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *