Download

ଲଗାଣ ବର୍ଷା ଯୋଗୁଁ ମାଟି ଅତଡ଼ା ଧସିବା ଆଶଙ୍କା, ୨ ଦିନ କଳିଙ୍ଗା ଘାଟି ବନ୍ଦ

Spread the love

ଜି.ଉଦୟଗିରି  : କଳିଙ୍ଗା ଘାଟି ବନ୍ଦ । କନ୍ଧମାଳ ଜିଲ୍ଲା ସ୍ଥିତ କଳିଙ୍ଗା ଘାଟି ବୁଧବାର ଓ ଗୁରୁବାର ବନ୍ଦ ରହିବ । ପ୍ରବଳ ବର୍ଷା ଯୋଗୁ ସ୍ଥାନୀୟ ପ୍ରଶାସନର ଏହି ନିଷ୍ପତ୍ତି । ଖବର ଅନୁଯାୟୀ, ଲଘୁଚାପ ଲାଗି ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ପ୍ରବଳ ବର୍ଷା ଯୋଗୁ ପାହାଡ ଧସିବାର ଆଶଙ୍କା ରହିଛି । ଏହାକୁ ଲକ୍ଷ୍ୟ ରଖି କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ ବନ୍ଦ ରଖାଯାଇଛି। ଦୁଇ ଦିନ ପାଇଁ କଳିଙ୍ଗା ଘାଟିକୁ ବନ୍ଦ ରଖାଯାଇଛି । ଯାହାଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କଳିଙ୍ଗା ଘାଟି ବନ୍ଦ ଲାଗି ଜି ଉଦୟଗିରିରୁ ବ୍ରହ୍ମପୁର ,ଭୁବନେଶ୍ୱର ,ଭଞ୍ଜନଗର ଯାଉଥିବା ବସ୍ ଗୁଡ଼ିକ ବନ୍ଦ ରହିଛି। ବର୍ଷା ଜାରି ରହିଥିବାରୁ ପୋଲିସ ପକ୍ଷରୁ ନାକା ବନ୍ଦୀ କରାଯାଇଛି। ଏହି ରାସ୍ତା ଦେଇ ଗାଡ଼ିକୁ ପୋଲିସ ଟିକାବାଲି ଚକାପାଦ ହୋଇଯିବା ପାଇଁ ପରାମର୍ଶ ଦେଉଛି।

Leave a Reply

Your email address will not be published. Required fields are marked *